ପ୍ରତାପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ବୁରପଲ୍ଲୀ ଗାଁରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା। ପାଇଖାନା ପାଇଁ ନିର୍ମିତ ନୂତନ ନନ୍ଦ ଟାଙ୍କିଟି ହଠାତ ଭୂମିରୁ ଚାରିଫୁଟ ଉପରକୁ ଉଠିଯାଇଛି। ଘଟଣାଟି ସମସ୍ତଙ୍କୁ ବିସ୍ମିତ କରିଛି। ଘଟଣା ପ୍ରଘଟ ହେବାପରେ ଏହା ଦେଖିବାକୁ ନିକଟ ଗ୍ରାମଗୁଡ଼ିକରୁ ଲୋକଙ୍କ ସୁଅ ଛୁଟିଛି। କେତେକ ଏହା ଠାକୁରଙ୍କ କୋପରୁ ହୋଇଥିବା କହିଛନ୍ତି। ତେବେ ପରିବାର ଲୋକ ଜ୍ୟୋତିଷଙ୍କ ନିକଟକୁ ଯାଇ ଏହାର କାରଣ ସମ୍ପର୍କରେ ବୁଝିବାରୁ, ବାସ୍ତୁଦୋଷ କାରଣରୁ ଏଭଳି ଘଟିଥିବା ଜଣାଇବା ସହ ଏହି ସ୍ଥାନ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି। ସୂଚନା ପ୍ରକାରେ, ବୁରପଲ୍ଲୀର ବସନ୍ତ ସେଠୀ ନିଜ ଘର ପଛପଟେ ଶୌଚାଳୟ ପାଇଁ ଏକ ନନ୍ଦଟାଙ୍କି ଗତ ଛଅ ମାସ ତଳେ ନିର୍ମାଣ କରିଥିଲେ। ଏହାକୁ ବ୍ୟବହାର ପାଇଁ ମନସ୍ଥ କରି କୁମାରପୂର୍ଣ୍ଣିମା ଦିନ ଏହାର ପାଇପ୍ ସଂଯୋଗ କରିଥିଲେ। ୧୦ଟି ନନ୍ଦରେ ନିର୍ମିତ ଏହି ଟାଙ୍କି ମାଟିସହିତ ସମାନ ହୋଇ ରହିଥିଲା। ପାଇପ୍ ମିସ୍ତ୍ରୀ ଏହାକୁ ସଂଯୋଗ କରି କଂକ୍ରିଟ କରିଥିଲେ। ହେଲେ ରାତିରେ ନନ୍ଦ ଟାଙ୍କିଟି ଚାରିଫୁଟ ଉପରକୁ ଅର୍ଥାତ ଚାରିଟି ନନ୍ଦ ମାଟିତଳୁ ଆଶ୍ଚର୍ଯ୍ୟଜନକ ଭାବେ ଉପରକୁ ଉଠି ଆସିଥିବା ଦେଖିବାକୁ ମିଳିଛି।
ଠାକୁରାଣୀ କୋପ କଲେ! ଭୂମିରୁ ଚାରି ଫୁଟ ଉପରକୁ ଆପେ ଉଠିଗଲା ଶୌଚାଳୟ ଟାଙ୍କି
/sambad/media/post_attachments/wp-content/uploads/2021/10/IMG-20211022-WA0069.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)