ଟୋକନ ଲାପ୍ପସ ସମସ୍ୟା: ମଣ୍ଡିରେ ଗଜା ହେଲା ଧାନ, ପୁଅ ବାହାଘର ଖର୍ଚ୍ଚ ପାଇଁ ଜମି ବିକିବେ କପ୍ତାନ ମାଝି

ହରଭଙ୍ଗା: ଟୋକନ ଲାପ୍ପସ ଯୋଗୁଁ ଚାଷୀଙ୍କ ଧାନ ବିକ୍ରି ନହୋଇପରିବା କାରଣରୁ ମଣ୍ଡିରେ ପଡିରହିଥିବା ବେଳେ ଅଦିନିଆ ବର୍ଷାରେ ସେଥିରୁ ଅନେକ ଧାନବସ୍ତା ତିନ୍ତି ଗଜା ହୋଇଯାଇଛି। ଏହାକୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କ୍ଷତିଗ୍ରସ୍ତଙ୍କ ମଧ୍ୟରୁ କପ୍ତାନ ମାଝି ନାମକ ଜୈନିକ ଚାଷୀଙ୍କ ଟୋକନ ଲାପ୍ପସ ହେବା ଯୋଗୁଁ ଗତ ୧୧ତାରିଖରୁ ପାଖାପାଖି ମାସେ ହେବ ଧାନଆଣି ମଣ୍ଡିରେ ରଖିଥିବା ପ୍ରାୟ ୮୦ କୁଇଣ୍ଟାଲ ଧାନରୁ ବହୁଧାନ ବର୍ଷାରେ ତିନ୍ତି ଗଜା ହୋଇଯାଇଛି। ଫଳରେଏହି ଧାନ ବିକ୍ରି ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।

ଅପରପକ୍ଷରେ ତାଙ୍କ ଏକକ ପରିବାରରେ ସନଭାଇ ଯତନ ମାଝିଙ୍କ ପୁଅ ବାହାଘର ମାର୍ଚ୍ଚ ୧୧ ତାରିଖ ଦିନ ଅର୍ଥାତ ଦିନକ ପରେ ହେବାକୁ ସ୍ଥିର ହୋଇଛି। କାଲିଠାରୁ ତାଙ୍କ ଘରକୁ ବନ୍ଧୁବାନ୍ଧବ ମାନେ ଆସିବା ଆରମ୍ଭ ହୋଇଯିବ। ଏପରିସ୍ଥଳେ ସେମାନେ କଣ କରିବେ ବୋଲି ଉପାୟଶୂନ୍ୟ ହୋଇ ଶେଷରେ ନିଜର ୧ରୁ ଦେଢ ଏକର ଜମି ବିକ୍ରି କରି ଦେବାପାଇଁ ଗ୍ରାହକ ଖୋଜୁଥିବା ଭଳି ଅଭାବନୀୟ ନଜିର ସାମ୍ନାକୁ ଆସିଛି।

ପ୍ରକାଶ ଥାଉକି କେବଳ କପ୍ତାନ ନୁହନ୍ତି। କରଞ୍ଜକଟା ସେବା ସମବାୟ ସମିତିରେ ଜୟରାମ ପ୍ରଧାନ, ଅତୁଲ୍ୟ ଝୁଣ୍ଡି, ଗୋବର୍ଦ୍ଧନ ମଲ୍ଲିକ, ତ୍ରିନାଥ ମଲ୍ଲିକ, ସୁବଳ ବେହେରା, ପ୍ରହଲ୍ଲାଦ ରାଜହଂସ, ଉପେନ୍ଦ୍ର କହଁର, କିଶୋର ଦାସ, ରବୀନ୍ଦ୍ର ପ୍ରଧାନଙ୍କ ସମେତ ପ୍ରାୟ ୨୬ଜଣ ଚାଷୀଙ୍କର ଟୋକନ ଲାପ୍ପସ ହୋଇ ଯିବାରୁ ସେମାନଙ୍କର ପ୍ରାୟ ୮ଶହରୁ ଉର୍ଦ୍ଧ୍ଵ କୁଇଣ୍ଟାଲ ଧାନ ମଣ୍ଡିରେ ପଡିରହିଛି। ଦାୟିତ୍ୱରେ ଥିବା ସମ୍ପାଦକ ଓ କର୍ମଚାରୀମାନେ ଟୋକନ ପ୍ରାପ୍ତଚାଷୀଙ୍କ ଦ୍ୱାରା ମଣ୍ଡିକୁ ଅଣାଯାଇଥିବା ଧାନକୁ ସୁରକ୍ଷିତ ଭାବେ ରଖି ଏହାର ରକ୍ଷଣାବେକ୍ଷଣ କରିବାର ନିୟମ ରହିଥିଲେ ମଧ୍ୟ ସେମାନେ ବେପରୁଆ ଭାବେ କାର୍ଯ୍ୟକାରୀ କରୁନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି ବୋଲି ଅଜିତ ରାଜହଂସ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ସମ୍ପୃକ୍ତ ସେବା ସମବାୟ ସମିତର ସମ୍ପାଦକ ଗୋଲେଖ ପରିଡାଙ୍କୁ ପଚାରିବାରୁ କପ୍ତାନମାଝି ଙ୍କ ଟୋକନ ପୁନଃ କାର୍ଯ୍ୟକ୍ଷମ ହେବା ମାତ୍ରେ ପ୍ରଥମେ ତାଙ୍କ ଧାନ କିଣା ଯିବ ବୋଲି କହିଥିଲେଯର୍ନିଦ୍ଧାରିତ ଧାନକିଣା ଦିବସରେ ଆମେ ଟୋକନ ଅନୁଯାଇ ପ୍ରାୟ ୧ ହଜାର କୁଇଣ୍ଟାଲ ଧାନ କ୍ରୟ କରୁଥିବା ବେଳେ ମିଲର୍ସ ମାନେ ହାରାହାରି ୭ଶହରୁ ୮ଶହ କୁଇଣ୍ଟାଲ ଧାନ ଟ୍ରାନ୍‌ସପୋଟିଙ୍ଗ କରୁଥିଲେ। ଫଳରେ ଅଧିକ ଧାନ ଜମା ହୋଇ ରହିବା ଫଳରେ ନୂତନ ଟୋକନ ପାଉଥିବା ଚାଷୀ ଙ୍କ ଠାରୁ ଧାନକ୍ରୟ କରିବାରେ ସମସ୍ୟା ବୃଦ୍ଧିପାଇବା ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର