ନୂଆପଡ଼ା: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ରୋଡ୍ ରେଞ୍ଜ କମିଟିର ବୈଠକ କୁଳିଆବନ୍ଧା ଫଡ଼ି ଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂପାଦକ ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚଳିତବର୍ଷ ରଥଯାତ୍ରା ପୂର୍ବରୁ କେନ୍ଦୁପତ୍ର ତୋଳାଳିଙ୍କୁ ପତ୍ର ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା।
ଏହା ସହ ଆସନ୍ତା ଦୁଇଦିନ ଭିତରେ ସମସ୍ତ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଶ୍ରୀ ପାଣିଗ୍ରାହୀ ଦାବି କରିଛନ୍ତି। ସଂଘର ଦାବିକୁ ସରକାର ଯଦି ପୂରଣ ନକରନ୍ତି ତେବେ ଭବିଷ୍ୟତରେ ଆନ୍ଦୋଳନ ଜୋର୍ଦାର ହେବ ବୋଲି ଚେତାବନୀ ଦେଇଛନ୍ତି। ବୈଠକରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ଖରିଆର୍ ରୋଡ ରେଞ୍ଜ କମିଟି ସଭାପତି ସନ୍ତୋଷ ସାହୁ, ସଂପାଦକ ଗୌତମ ବରିହା, ସହସଂପାଦକ ସୁବନ୍ତ ଶବରଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/22-16.jpg)