ତମାଣ୍ଡୋ ଥାନା ଆଇଆଇସିଙ୍କୁ ବଦଳି, ସାଉଥ୍‌ ସିଟି ବାର୍‌ରୁ ବିପୁଳ ପରିମାଣର ମଦ ଓ ନକଲି ଟଙ୍କା ଜବତ

ଭୁବନେଶ୍ୱର: ମନୀଷ ଅନୁରାଗ ହତ୍ୟା ମାମଲାରେ ତମାଣ୍ଡୋ ଥାନା ଆଇଆଇସି ପ୍ରମୋଦ ପଟ୍ଟନାୟକଙ୍କୁ ଡିସିପି ଅଫିସ୍‌କୁ ବଦଳି ହୋଇଛି। ଆଇଆଇସିଙ୍କୁ ବଦଳି ନେଇ ଡିସିପି ଉମାଶଙ୍କର ଦାଶଙ୍କ ସୂଚନା ଦେଇଛନ୍ତି। ବେଆଇନ୍‌ ଭାବେ ଚାଲିଥିଲା ସାଉଥ୍‌ ସିଟି ବାର୍‌। କୋଭିଡ୍‌ ନିୟମ ଉଲ୍ଲଂଘନ କରି ବିନା ଲାଇସେନ୍ସରେ ବାର୍‌ ଚାଲିଥିଲା। କନେଷ୍ଟବଳ ପ୍ରସନ୍ନ ବେହରା ଓ ହୋଟେଲ ମାଲିକ ଅଟକ ଅଛନ୍ତି। ହୋଟେଲରେ ପୁଲିସ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ପୁଲିସ ବିପୁଳ ମଦ ଜବତ କରିଛି।

ଡାନ୍‌ସ ବାରରେ ନକଲି ଟଙ୍କା ଗୁଡିକ ପଡିରହିଛି। ସେପ୍ଟେମ୍ବର ୩୦ ତାରିଖରୁ ବାର ଲାଇସେନ୍‌ସ ଅବଧି ସରିଛି କିନ୍ତୁ ବେଆଇନ ଭାବେ ସାରା ରାତି ସେଠାରେ ଚାଲିଥିଲା ବାର। ଅଟକ କନଷ୍ଟେବଳ ନିଜ ହୋଟେଲ ପରିଚାଳନା କରୁଥିଲେ ।  ଭାଇଙ୍କ ନାଁରେ ବାର ଲାଇସେନ୍‌ସ ଆଣି ବେଆଇନ କାରବାର ଚଳାଇଥିଲେ । ଏହାକୁ ନେଇ ସେମାନଙ୍କୁ ଅଟକ ରଖିବା ସହ ହୋଟେଲରେ ଚଢାଉ କରିଛି ପୁଲିସ। ପ୍ରସନ୍ନ ବେହେରାଙ୍କ ଭାଇଙ୍କ ନାଁରେ ହୋଟେଲ ଥିବା ବେଳେ ଏହାକୁ ସେ ଚଳାଉଥିଲେ।

ସମ୍ବନ୍ଧିତ ଖବର