ଆନନ୍ଦପୁର: ଘସିପୁରାର ଏକ ତେଜରାତି ଦୋକାନ ଭିତରୁ ବ୍ୟବସାୟୀଙ୍କ ଟଙ୍କା ବାକ୍ସ ନେଇଗଲେ ଦୁର୍ବୃତ୍ତ। ଗୟାଧର ସାହୁ ଦୋକାନ ଖୋଲି ନିକଟରେ ଥିବା ଚା’ ଦୋକାନକୁ ଯାଇଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ‌ତାଙ୍କ ‌ଦୋକାନରେ ପଶି ଟଙ୍କା ବାକ୍ସ ଉଠାଇ ନେଇଥିଲେ।

Advertisment

ଦୁର୍ବୃତ୍ତମାନେ ଟଙ୍କା ବାକ୍ସ ନେଇ ଯାଉଥିବା ଦେଖି ଗୟାଧର ସ୍କୁଟିରେ ସେମାନଙ୍କ ପିଛା କରିଥିଲେ। ଘସିପୁରା ସନ୍ତୋଷୀ ମା’ ମନ୍ଦିର ନିକଟରେ ଦୁର୍ବୃତ୍ତମାନେ ତାଙ୍କ ସ୍କୁଟିକୁ ଧକ୍କା ଦେଇ ଚମ୍ପଟ ମାରିଥିଲେ। ଏନେଇ ଗୟାଧର ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି। ବାକ୍ସରେ ୩୦ ହଜାରରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ଏହା ପଛରେ ସ୍ଥାନୀୟ ଦୁର୍ବୃତ୍ତଙ୍କ ହାତ ଥିବା ଘସିପୁରା ପୁଲିସ ସନ୍ଦେହ କରୁଛି।