ରାଜକନିକା: ଗାଁ ଦାଣ୍ଡରେ ଅଙ୍ଗନଓ୍ଵାଡି କର୍ମୀଙ୍କୁ ଉଲଗ୍ନ କରି ମାଡ ମାରିଲେ ମହିଳା, ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡାଆଣିଗିରି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କୁ ଗାଁଦାଣ୍ଡରେ ୧୫ରୁ ୨୦ଜଣ ମହିଳା ଉଲଗ୍ନ କରି ମାଡ ମାରୁଥିବାର ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଗୁରୁବାର ପୀଡ଼ିତା ବୈଶାଖୀ ବେହେରା ସ୍ୱାମୀଙ୍କ ସହ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି।

ବୈଶାଖୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମ୍ୟ ବିବାଦ ଯୋଗୁଁ ଗତ ଦୁଇବର୍ଷ ହେଲା ଡାଆଣିଗିରି ଅଙ୍ଗନବାଡି କେନ୍ଦ୍ରରେ ଛୋଟଛୋଟ ପିଲାମାନଙ୍କ ପାଇଁ ଆସୁଥିବା ରନ୍ଧାଖାଦ୍ୟ, ଅଣ୍ଡା, ଛତୁଆ ଆଦି ସାମଗ୍ରୀ ଦିଆଯିବା ବନ୍ଦ ହୋଇଥିଲା। ଗତକାଲି ବୈଶାଖୀ ବେହେରା ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିବା ବେଳେ ୧୫ରୁ ୨୦ ଜଣ ମହିଳା ତାଙ୍କୁ ରାସ୍ତାରେ ଅଟକାଇ ଥିଲେ ଏବଂ ଦୁଇବର୍ଷର ଟଙ୍କା କେଉଁଆଡେ ଗଲା ବୋଲି ପ୍ରଶ୍ନ କରି ଗାଁ ଦାଣ୍ଡରେ ତାଙ୍କୁ ମାଡ ମାରିଥିଲେ ବୋଲି ବୈଶାଖୀ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକ୍ରେମ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର