ଜୟପୁର: ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ନିର୍ଯାତନା ଦେଉଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ସେ ହେଲେ କୋରାପୁଟ ଟାଉନଥାନା ଅର୍ନ୍ତଗତ ଟିଭିସେଣ୍ଟର ହାଉସିଂବୋର୍ଡର ରମେଶ ବଡ଼ନାୟକଙ୍କ ପତ୍ନୀ ମନିଷା ବଡ଼ନାୟକ। ମନିଷାଙ୍କ ସ୍ବାମୀ, ଶାଶୁ ଓନଣନ୍ଦଙ୍କ ବିରୋଧରେ ଅଭିଯୋଗ ହୋଇଛି। ମହିଳା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି କୋରାପୁଟ ଟାଉନଥାନା ଅର୍ନ୍ତଗତ ଟିଭିସେଣ୍ଟର ହାଉସିଂବୋର୍ଡର ରମେଶ ବଡ଼ନାୟକଙ୍କ ପତ୍ନୀ ମନିଷା ବଡ଼ନାୟକ ଗତ ୨୦୧୯ମସିହା ଜୁଲାଇ ୧୨ତାରିଖ ଦିନ ରମେଶଙ୍କୁ କୋର୍ଟରେ ବାହା ହୋଇଥିଲେ। ବାହା ହେବା ପରେ ଗୋଟିଏ ଶିଶୁର ମୃତ୍ୟ ହୋଇଯାଇଥିଲା। ଏହା ପରେ ରମେଶ ଓ ତାଙ୍କ ଶାଶୁ ମନିଷାଙ୍କୁ ଦୁଇ ଲକ୍ଷ ଟଙ୍କା ଓ ବାଇକର ଯୌତୁକ ମାଗିଥିଲେ। ତାଙ୍କ ପରିବାରବର୍ଗଙ୍କ ଠାରୁ ମାଗିକି ଆଣି ଦେବା ପାଇଁ ରମେଶ ଦାବି କରିଥିଲେ। ସେ ଦେଇ ପାରିବେ ନାହିଁ ବୋଲି କହିବା ପର ଠାରୁ ତାଙ୍କୁ ଶାରିରୀକ ,ମାନସିକ ନିର୍ଯାତନା ଦେବା ସହ ତାଙ୍କର ପ୍ରତିପୋଷଣ ଦାୟିତ୍ବରୁ ବି ଓହରି ଯାଇଥିଲେ। ଏପରିକି ଘରେ ତାଙ୍କ ସ୍ବାମୀ ରମେଶ , ତାଙ୍କ ମା ଓ ଭଉଣୀ, ମନିଷାଙ୍କୁ ମାରପିଟ୍ କରିବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି ବୋଲି ମହିଳା ଥାନାରେ ମାମଲା ରୁଜୁ ହୋଇଛି।