କୋରାପୁଟ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନସ୍ଥଳୀ ତେଲିଙ୍ଗିରି

ଜୟପୁର: ଜୟପୁର ଉପଖଣ୍ତ ସଦରମହକୁମାରୁ ୧୫କିଲୋମିଟର ଦୂରରେ ପ୍ରାକୃତିକ ଘ˚ଞ୍ଚ ବନାନୀ ମଧ୍ୟରେ ତେଲିଙ୍ଗିରି ନଦୀ ଓପାହାଡର ନାଳ ପାଣିକୁ ଅଟକାଇ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଇଛି। ଦେଢ଼ବର୍ଷ ତଳେ ଲୋକାର୍ପିତ ହୋଇଛି। ଏହି ପ୍ରକଳ୍ପର ସୁରକ୍ଷା ଦାୟିତ୍ବ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାକୁ ନ୍ୟସ୍ତ କରାଯାଇଛି। ଏହି ସଂସ୍ଥାର ଲାଠି ଧାରୀ ଗାର୍ଡମାନେ ଜଗୁଛନ୍ତି। ମାଟିରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପର ଗୋଟିଏ ପାର୍ଶ୍ବରେ ପାଣି ନିଷ୍କାସନ୍ ପାଇଁ ଗୋଟିଏ ମେସିନ୍ ଲାଗିଥିବା ବେଳେ ଏହାର ଉପରଭାଗରେ କିଛି ଘୋଡଣୀ ମଧ୍ୟ ନାହିଁ। ସେଭଳି ଏହି ପ୍ରକଳ୍ପର ପାର୍ଶ୍ବ ଦେଇ ବୋରିଗୁମ୍ମା , ଜୟପୁର ବ୍ଲକର ବିଭିନ୍ନ ପଂଚାୟତର ଲୋକଙ୍କ ଠାରୁ ଆରମ୍ଭ କରି କୋରାପୁଟ ଯାଉଥିବା ବହୁ ଯାନବାହାନ ଆଦି ବି ଚଳାଚଳ କରୁଛି।

ବହୁ ସମୟରେ ଏହି ରାସ୍ତାଟି ଅପରାଧି, ଗ˚ଜେଇ ଚାଳାଣକାରୀ, ମାଓବାଦୀଙ୍କ ସହ ଚୋରା ମାଲବୋଝଇ ଟ୍ରକ ବି ଯିବା ଆସିବା ରାସ୍ତା ପାଲଟିଛି ବୋଲି ରାଣୀଗୁଡା,ବରିପୁଟ, ଉପରଡାକରା, ତଳଡାକରା, ମୁଶାଗୁଡା ଆଦି ଗ୍ରାମବାସୀମାନେ କହିଛନ୍ତି। ଏପରିକି ସ˚ଧ୍ୟା ନଇଁବା ମାତ୍ରକେ ମଦୁଆ ଓ ଅସାମାଜିକ ମାନଙ୍କର ଆଡ୍ଡା ବି ଜମୁଛି। ପ୍ରକୃତିର କୋଳରେ ଏତେ ସୁନ୍ଦର ପ୍ରକଳ୍ପ ରହିଥିବା ବେଳେ ଏହାର ସୁରକ୍ଷା ଏବେ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି। ନକ୍ସଲମାନେ ଚଳପ୍ରଚଳ କରୁଥିବାରୁ ଏବ˚ ଏହା ମାଟି ବନ୍ଧ ହୋଇଥିବାରୁ କେତେବେଳେ ଯେ ଅଘଟଣ ନ ହେବ ତାହା କହିବା ମୁସ୍କିଲ।

ସେଭଳି ଏଠାରେ ଥିବା ସୁରକ୍ଷାକର୍ମୀମାନେ ଲାଠିଧାରୀ । ଏହି ସ୍ଥିତିରେ ମନ୍ଦ ଉଦେଶ୍ୟ ଥିବା ଲୋକ ଯେ କିଛି ନ କରିବ ତାହା କହିବା ମୁସ୍କିଲ। ଗତ କିଛି ଦିନ ହେବ ଏହି ମାଟି ବନ୍ଧ ଉପରେ ବ୍ୟାପକ ଭାବେ ପିକନିକ୍ କରି ଭୋଜି ଭାତ କରି ଖାଉଥିବା କହିଛନ୍ତି ରାଣୀଗଡ ଓ ବୋରିପୁଟ ଗ୍ରାମବାସୀ ।

କୋଭିଡ୍ ସଂକ୍ରମଣ ସ୍ବାଭାବିକ ହେବା ପରେ ଗତ ମାସର ଶେଷ ସପ୍ତାହରୁ ଲଗାତାର ସବୁ ଦିନ ଏଠାରେ ପିକ୍ ନିକ୍ ଓ ଭୋଜି ଭାତ ହେଉଥିବା ଗ୍ରାମବାସୀ କହିଛନ୍ତି। ଖାସ୍ କରି ରବିବାର ଦିନ ଅଧିକା ଭିଡ଼ ଦେଖିବାକୁ ମିଳୁଛି। ଲୋକେ ମାଳିଗୁଡା ଟନେଲ୍ ବୁଲିବା ସହ ଏଠାକୁ ଆସି ବୁଲି ପ୍ରକୃତିର ମଜା ଉଠାଇ ଯାଉଛନ୍ତି। ତେବେ ଏହି ନଦୀ ବନ୍ଧର ସୁରକ୍ଷା କିଛି ନାହିଁ। ଏହାର ସୁରକ୍ଷା ଓ ଦେଖାରଖା ଠିକରେ ନ କଲେ ଆଗାମୀ ଦିନରେ ଯେ ବଡ ଧରଣର ଅଘଟଣ କିଛି ନଘଟିବ ଏହା କହିବା ମୁସ୍କିଲ ବୋଲି ରାଣୀଗଡ ଓ ବୋରିପୁଟ ଗ୍ରାମବାସୀ ମାନେ କହିଛନ୍ତି।

ସୂଚନାଯୋଗ୍ୟ, ଏହି ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ବାରା ରାଣୀଗଡ, କେବିଡି, ବାଲି ପୁଜାରୀପୁଟ ପଂଚାୟତର ୮ଟି ଗାଁର ୬୨୯.୮୨୭ହେକ୍ଟର ଓ ବୋରିଗୁମ୍ମା ବ୍ଲକର ୧୧ଟି ପଂଚାୟତର ୯୩୨୨.୩୯୩ହେକ୍ଟର ଏଭଳି ସର୍ବମୋଟ ୯୯୫୨ ହେକ୍ଟର ଜମି ଜଳସେଚିତ କରାଯିବା ଲକ୍ଷ୍ୟ ରହିଛି। ମୁଖ୍ୟ କେନାଲ, କ୍ଷୁଦ୍ର କେନାଲ ଓ ଅତିକ୍ଷୁଦ୍ର କେନାଲ ଯୋଗେ ଚାଷୀଙ୍କ ଜମିରେ ପାଣି ପହଂଚାଇବା ଯୋଜନା କରାଯାଇଛି।। ଜୟପୁର ବୋରିଗୁମ୍ମା ଓ କେରାପୁଟ ବ୍ଲକର ମିଳିତସ୍ଥାନରେ ଏହି ପ୍ରକଳ୍ପ କରାଯାଇଛି। ଏପରିକି ଦୁର୍ଗମ ଜଙ୍ଗଲ ବି ଏହି ପ୍ରକଳ୍ପକୁ ଲାଗିକି ରହିଛି। ଏପରିକି ଏହି ପ୍ରକଳ୍ପର ପାର୍ଶ୍ବ ରାସ୍ତା ଦେଇ କୋରାପୁଟ ଓ ଦଶମନ୍ତପୁର ବ୍ଲକର ବିଭିନ୍ନ ଗାଁକୁ ଯିବାକୁ ରାସ୍ତା ବି ରହିଛି। ଗତ କିଛି ଦିନ ହେବ ଜାତୀୟ ରାଜପଥ ୨୬ର ବୋରିଗୁମ୍ମାରୁ ବାରିଣିପୁଟ ପ୍ରଶସ୍ତିକରଣ କାମ ଚାଳିଥିବାରୁ ଏହି ରାସ୍ତାରେ ଅଧିକାଂଶ ଗାଡି ଯିବା ଆସିବା ବି କରୁଛି।

ପ୍ରକଳ୍ପ ପାର୍ଶ୍ବ ଦେଇ ରାସ୍ତା ଥିବାରୁ ଲୋକେ ଘଡିଏଁ ସେଠାରେ ରହି ପ୍ରକଳ୍ପ ଏବଂ ପ୍ରକଳ୍ପ ପାର୍ଶ୍ବରେ ଥିବା ପ୍ରାକୃତିକ ବିଭବକୁ ଉପଭୋଗ କରି ଯାଉଛନ୍ତି। ଏହିସମୟରେ ଲୋକେ ଅନାୟସରେ ମାଟି ବନ୍ଦ ଉପରକୁ ଯିବା ଆସିବା କରୁଛନ୍ତି। ଏହା ସାଙ୍ଗକୁ ଏହି ରାସ୍ତାଟି ଗ˚ଜେଇ ଚଳାଣକାରୀ, ହାର୍ଡକୋର ଅପରାଧି, ମାଓବାଦୀମାନେ ଚଳ ପ୍ରଚଳ କରୁଥିବା ବି ଅଂଚଳବାସୀ ଏବଂ ପୁଲିସ ଗୁଇନ୍ଦା ଅଧିକାରୀମାନେ ସୂଚନା ପାଇଥିବା କହିଛନ୍ତି। ତେବେ ସେମାନେ ଚଳପ୍ରଚଳ କରୁଥିବା ରାସ୍ତାରେ ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି। ଏମାନେ ଏହି ରାସ୍ତା ଦେଇ ଯାଆସ କରୁଥିବା ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ କେତେ ଦୁର ସୁରକ୍ଷାରେ ରହିଛି ଏବ˚ ସୁରକ୍ଷିତ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେଲିଙ୍ଗିରୀ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ମାଙ୍ଗେଲାଲ ଜୈନଙ୍କୁ ଏସଂପର୍କରେ ପଚାରିବାରେ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାକୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ୩ଟି ସିଫ୍ଟରେ ୫ଜଣ ଲେଖାଏଁ ଏହାକୁ ଜଗୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର