ତିରୁପତି ତୀର୍ଥ ଗଲେ ମାଲକାନଗିରିର ୯୦ ବରିଷ୍ଠ

ମାଲକାନଗିରି: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ମାଲକାନଗିରି ଜିଲ୍ଲାରୁ ୯୦ ଜଣ ବରିଷ୍ଠ ନାଗରିକ ତୀର୍ଥ ସ୍ଥାନ ପରିଭ୍ରମଣରେ ବାହାରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଜିଲ୍ଲାପାଳ ବିଶାଲ ସିଂହ ଓ ଏସ୍‌ପି ନିତେଶ ୱାଧୱାନୀ ଶୁଭେଚ୍ଛା ଜଣାଇଥିଲେ। ବରିଷ୍ଠ ନାଗରିକ ମାନ‌େ ଦକ୍ଷିଣ ଭାରତର ତିରୁପତି, ଭେଲ୍ଲୁର ଓ ଶ୍ରୀକଳାହସ୍ତୀ ତୀର୍ଥ ସ୍ଥାନ ପରିଭ୍ରମଣ କରିବେ। ଆଜି ମାଲକାନଗିରି ଠାରୁ ବସ ଯୋଗେ ରାୟଗଡା ଅଭିମୁଖେ ସେମାନ‌େ ବାହାରିଥିଲେ। ସେଠାରୁ ଆସନ୍ତାକାଲି ଟ୍ରେନ ଯୋଗେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ। ଆଜି ଏହି ତୀର୍ଥଯାତ୍ରୀ ବସକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ବରିଷ୍ଠ ନାଗରିକ ମାନ‌େ ତୀର୍ଥ କରିବା ପରେ ପୁଣି ୨ ତାରିଖରେ ରାୟଗଡାରେ ପହଞ୍ଚିବା ପରେ ବସରେ ତାଙ୍କୁ ମାଲକାନଗିରିକୁ ଅଣାଯିବ। ଆଜି ପୂର୍ବାହ୍ନରେ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରୀ ମାନଙ୍କ ପାଇଁ ଯିବା ଆସିବରେ ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିଲ୍ଲାରୁ ୩ ଜଣ ଏସ୍କର୍ଟ ଅଧିକାରୀ ବରିଷ୍ଠ ନାଗରିକଙ୍କ ସହ ଯାତ୍ରା କରୁଛନ୍ତି। ଏଥିସହ ଟ୍ରେନରେ ଜଗୁଆଳି, ଗାଇଡ୍ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ଯୋଗାଇ ଦେଉଥିବାରୁ ତୀର୍ଥଯାତ୍ରୀ ମାନ‌େ ଧନ୍ୟବାଦ ଜଣାଇଛନ୍ତି।

 

ସମ୍ବନ୍ଧିତ ଖବର