ରାୟଗଡା: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ କଳାହାଣ୍ଡି, ନୂଆପଡା ଭଳି ୬ଟି ଜିଲ୍ଲାରୁ ୯୭୦ ଜଣ ତୀର୍ଥଯାତ୍ରୀ ଓ ୩୦ ଜଣ ଏସକର୍ଟ କର୍ମଚାରୀ ଆଜି ରାୟଗଡା ରେଳ ଷ୍ଟେସନରୁ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ତିରୁପତି-ଭିଲୋର-ଶ୍ରୀକଳାହସ୍ତି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପର୍ଯ୍ୟଟନ ବିଭାଗର ଶାସନ ସଚିବ ଭାଳମୁକୁନ୍ଦ ଭୁୟାଁ, ଯୁଗ୍ମ ନିର୍ଦେଶକ ବିଶ୍ବଜିତ ରାଉତରାୟ, ସହକାରୀ ନିର୍ଦେଶକ ସରୋଜ ଜେନା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର କୁମାର ଦାସ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଜିଲ୍ଲାପାଳ ସ୍ବଧାଦେବ ସିଂହ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ନଗର ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ସାରକା ତ୍ରୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍ବତନ୍ତ୍ର ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରି ଆସୁଛନ୍ତି। ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ନାଗରିକ ମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଉଛି।
Sambadହିତାଧିକାରୀ ଚୟନ ନିମନ୍ତେ ଅନ୍ତ୍ୟୋଦୟ, ଅର୍ଣ୍ଣପୂର୍ଣ୍ଣ। କାର୍ଡ, ବିଧବା ଭତ୍ତା କାର୍ଡ, ଖାଦ୍ୟସୁରକ୍ଷା ରେସନ କାର୍ଡ, ମନରେଗା କାର୍ଡ ଇତ୍ୟାଦି ମଧ୍ୟରୁ ଯେ କୌଣସି ଗୋଟିଏ ଆର୍ଥିକ ଅନଗ୍ରସରତାର ପ୍ରମାଣ ପତ୍ର ଭାବରେ ଦରଖାସ୍ତ ସହ ଦାଖଲ କରିବାକୁ ପଡିଥାଏ। ବରିଷ୍ଠ ନାଗରିକ ଦମ୍ପତ୍ତିଙ୍କ କ୍ଷେତ୍ରରେ ଯେ କୌଣସି ଜଣେ ୬୦ରୁ ଉର୍ଦ୍ଧ୍ବ ବୟସ୍କ ହେବା ଆବଶ୍ୟକ। ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାରୁ ୧୮୫୦୦ ଜଣ ବରିଷ୍ଠ ନାଗରିକ ୧୯ ଟି ପର୍ଯ୍ୟାୟରେ ମଦୁରାଇ, ରାମେଶ୍ଵରମ, ପ୍ରୟାଗରାଜ, ବାରଣାସୀ, ହରିଦ୍ଵାର, ଋଷିକେଶ, ଆଜମେର, ପୁଷ୍କର, ତିରୁପତି ବାଲାଜୀ, ଭେଲୋର, ଶ୍ରୀକଳାହସ୍ତି, ସିରିଡି, ନାସିକ, ତ୍ରୟୋମ୍ବକେଶ୍ଵର, ଭେଲନକାନୀ, ନାଗାପଟିନମ, ତାଞ୍ଜାବୁର, ଦକ୍ଷିନେଶ୍ଵର କାଳୀ (କୋଲକାତା), କାମାକ୍ଷା, ଆଗ୍ରା, ମଥୁରା, ବୃନ୍ଦାବନ ଇତ୍ୟାଦି ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି। ପ୍ରତିଥର ହାରାହାରି ୧୦୦୦ ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରାର ସୁଯୋଗ ପାଉଛନ୍ତି। ତୀର୍ଥଯାତ୍ରୀ ଚୟନ କ୍ଷେତ୍ରରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଜିଲ୍ଲା ପାଇଁ ନିର୍ଦ୍ଦିଷ୍ଟ କୋଟା ଅନୁଯାୟୀ ତୀର୍ଥଯାତ୍ରୀ ଚୟନ କରିଥାନ୍ତି।ଅଧିକ ଆବେଦନକାରୀ ମାନଙ୍କ କ୍ଷେତ୍ରରେ ଲଟେରୀ ମାଧ୍ୟମରେ ତୀର୍ଥଯାତ୍ରୀ ଚୟନ କରାଯାଇଥାଏ। ଅନୁପସ୍ଥିତ ତୀର୍ଥଯାତ୍ରୀ ମାନଙ୍କର ଭରଣ ନିମନ୍ତେ ୨୦ ପ୍ରତିଶତ ତୀର୍ଥଯାତ୍ରୀଙ୍କର ଏକ ପ୍ରତୀକ୍ଷା ତାଲିକା ପ୍ରସ୍ତୁତ କରାଯାଇଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Rgda-tirth-yatra-gale-970-6.jpg)