ଟିପିସିଓଡିଏଲ୍ ଦ୍ୱାରା ପୁରୀରେ ଖୋଲିଲା କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ୨ୟ ଗ୍ରାହକ ସେବା କେନ୍ଦ୍ର

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଦ୍ୱାରା ଜଗନ୍ନାଥ ଧାମ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ୨ୟ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର କେୟାର୍ ସେଣ୍ଟର) ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ପୁରୀର ଉପ ଜିଲ୍ଲାପାଳ  ଇତିଶ୍ରୀ ନାୟକ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ଟିପିସିଓଡିଏଲର ବରିଷ୍ଠ ପରିଚାଳନା ଅଧିକାରୀ ଓ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମହିଳାମାନେ କିପରି ଅର୍ଥନୈତିକ ସ୍ୱାଧୀନତା ପାଇବେ ସେଦିଗରେ ଟିପିସିଓଡିଏଲ୍ କାର୍ଯ୍ୟ କରୁଛି । ସେଥିପାଇଁ କଂପାନି ଅଭିବୃଦ୍ଧି ଓ ବିକାଶର ନୂତନ ଉପାୟ ଅବଲମ୍ବନ କରୁଛି । ଏହି ପ୍ରତିଶ୍ରୁତି ପାଳନ ପାଇଁ କଂପାନି ପକ୍ଷରୁ ପୁରୀରେ କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର ଉଦଘାଟନ କରାଯାଇଛି । ଏହି କେନ୍ଦ୍ରକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିବେ । ଏଥିପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ, ବିଲ୍ ପେମେଣ୍ଟ, ଉପଭୋକ୍ତାଙ୍କ ଅଭିଯୋଗ ଶୁଣି ଏହାର ସମାଧାନ ନିମନ୍ତେ ଏହି କର୍ମଚାରୀମାନେ ପ୍ରଶିକ୍ଷଣପ୍ରାପ୍ତ । ଉତ୍ତମ ଶ୍ରେଣୀର ଗ୍ରାହକ ସେବାରେ ମହିଳାମାନେ ପ୍ରଭାବି ଭୂମିକା ଗ୍ରହଣ କରିବେ ।

ସମ୍ବନ୍ଧିତ ଖବର