ବାଲେଶ୍ୱର: କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନର ଏକ ଅଂଶ ସ୍ୱରୂପ ଟାଟା ପାୱାର ଓ ଓଡିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡ଼ିଏଲ) ବର୍ତ୍ତମାନ ସୁଦ୍ଧା ୨ଟି ସ୍ଥାନ ଯଥା ବାଲେଶ୍ଵର ଏବଂ ରାଇରଙ୍ଗପୁରଠାରେ ଏହାର ଧନ୍ଦାମୂଳକ ତାଲିମ କେନ୍ଦ୍ର ଜାରି ରଖିଛି । ଏହି ଧନ୍ଦାମୂଳକ ତାଲିମ ହେଉଛି କର୍ପୋରେଟ ସାମାଜିକ ଦାୟିତ୍ଵବୋଧ ଅଭିଯାନର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ଶିକ୍ଷା ଓ ଦକ୍ଷତାର ବିକାଶ ଜରିଆରେ ଉପେକ୍ଷିତ ବର୍ଗର ପିଲା ମାନଙ୍କୁ ସଶକ୍ତ କରିବା | ବାଲେଶ୍ଵର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ସିଲାଇ ଏବଂ ଏମ୍ବ୍ରୋଡୋରୀ , କମ୍ପ୍ୟୁଟର , ସହକାରୀ ସୋନ୍ଦର୍ଯ୍ୟ ଚିକିତ୍ସା , କଥିତ ଇଂରାଜୀ ଏବଂ ବ୍ୟକ୍ତିତ୍ବ ବିକାଶ , ଟିସିଏସ ସହିତ ମିଳିତ ଭାବରେ ନିଯୁକ୍ତି ପାଠ୍ୟକ୍ରମ ବିଷୟରେ ତାଲିମ ଦିଆଯାଉଥିବାବେଳେ ରାଇରଙ୍ଗପୁର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ସିଲାଇ ଏବଂ ଏମ୍ବ୍ରୋଡୋରୀ, କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି | ଟିପିଏନଓଡ଼ିଏଲ ପକ୍ଷରୁ ଏଇ ପ୍ରୟାସଟି ୧୫ ବର୍ଷରୁ ଉର୍ଦ୍ଧ୍ଵ ବୟର ଉପେକ୍ଷିତ ବର୍ଗର ମହିଳାମାନଙ୍କ ପାଇଁ ଜାରି ରହିଛି |

Advertisment

ଏହାର ସମୟ ଅବଧି ୬ ମାସ ହୋଇଥିଲାବେଳେ ଟିସିଏସ ସହଯୋଗରେ ଦିଆଯାଉଥିବା କମ୍ପ୍ୟୁଟରର ଶିକ୍ଷା ତାଲିମର ୨୧ ଦିନିଆ ପାଠ୍ୟକ୍ରମ ପାଇଁ ସ୍ନାତକରେ ବିଗତ ଦୁଇବର୍ଷ ମଧ୍ୟରେ ସ୍ନାତକ ପାସ କରିଥିବା ଦରକାର । ବାଲେଶ୍ଵରସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ପ୍ରଥମ ବ୍ୟାଚରେ ୨୭୩ ଜଣ ମହିଳା ଏବଂ ଦ୍ଵିତୀୟ ବ୍ୟାଚରେ ୨୬୩ ଜଣ ମହିଳା ତାଲିମପ୍ରାପ୍ତ ହୋଇଥିବାବେଳେ ଏବଂ ରାଇରଙ୍ଗପୁର ସ୍ଥିତ ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ୧୬୦ ଜଣ ମହିଳା ଯୋଗ ଦେଇ ତାଲିମପ୍ରାପ୍ତ ହୋଇଛନ୍ତି | ପେଷାଦାର କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପ୍ରତିବନ୍ଧକ ଅତିକ୍ରମ କରିବାରେ ଉପେକ୍ଷିତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଲଘୁଦକ୍ଷତା ଏବଂ ନିଯୁକ୍ତି ଲାଗି ପ୍ରସ୍ତୁତ ଦକ୍ଷତା ପ୍ରଦାନ କରିବାକୁ ଏହି କାର୍ଯ୍ୟକ୍ରମ ଦ୍ଵାରା ଲକ୍ଷ୍ୟ ରଖାଯାଇଛି |