ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଚଳିତ ବର୍ଷ ମଇ ୫ ତାରିଖରେ ୭୬୦ ମେଗାଓ୍ଵାଟର ସର୍ବାଧିକ ଗ୍ରୀଷ୍ମକାଳୀନ ବିଜୁଳି ଚାହିଦାକୁ ସଫଳତାର ସହ ପୂରଣ କରିଛି। ଏହା ସହ ଦକ୍ଷିଣ ଓଡ଼ିଶାରେ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ନିଜର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରିଛି। ଏହା ଗତବର୍ଷ ଏପ୍ରିଲ ୨୦୨୩ରେ ରେକର୍ଡ ହୋଇଥିବା ସର୍ବାଧିକ ବିଜୁଳି ଚାହିଦା ୬୬୮ ମେଗାୱାଟ୍ ତୁଳନାରେ ଚଳିତ ବର୍ଷର ଚାହିଦାରେ ଉଲ୍ଲେଖନୀୟ ୧୩.୭୭% ବୃଦ୍ଧିକୁ ଦର୍ଶାଉଛି।
ସେହିଦିନ, ବ୍ରହ୍ମପୁର ସହରରେ ମଧ୍ୟ ବିଜୁଳି ଚାହିଦା ବୃଦ୍ଧି ପାଇ ୧୭୧ ମେଗାୱାଟରେ ପହଞ୍ଚିଥିଲା। ପୂର୍ବ ବର୍ଷ ୧୭ ଏପ୍ରିଲ ୨୦୨୩ରେ ରେକର୍ଡ ହୋଇଥିବା ସର୍ବୋଚ୍ଚ ଚାହିଦା ୧୩୮ ମେଗାୱାଟ୍ ତୁଳନାରେ ଏହା ୨୩.୯୧% ବୃଦ୍ଧି ଅଟେ । ସହରରେ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ରହୁଥିବା ବେଳେ ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତିରେ ଉପଭୋକ୍ତାଙ୍କର ବିଜୁଳି ଆବଶ୍ୟକତାକୁ ପୂରଣ କରିବା ପାଇଁ ଦରକାର ଥିବା ସୁଦୃଢ଼ ଏବଂ ଭରସାଯୋଗ୍ୟ ବିଦ୍ୟୁତ ଭିତ୍ତିଭୂମିର ଆବଶ୍ୟକତାକୁ କମ୍ପାନୀ ସଫଳତାପୂର୍ବକ ପୂରଣ କରିଛି ।
ଚଳିତ ଗ୍ରୀଷ୍ମ ଋତୁରେ ବର୍ଦ୍ଧିତ ବିଦ୍ୟୁତ ଚାହିଦା ପୂରଣ କରିବା ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଆବଶ୍ୟକୀୟ ପଦକ୍ଷେପ ନେଇଛି। ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିତରଣ ନେଟୱାର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ନିଜର ୨୨ ଲକ୍ଷ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ କରିବା ପାଇଁ କମ୍ପାନୀ ପକ୍ଷରୁ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ କାର୍ଯ୍ୟକାରୀ କରାଯାଇଛି।
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, " ବିଶେଷକରି ଗ୍ରୀଷ୍ମ ଋତୁରେ ସର୍ବାଧିକ ବିଜୁଳି ଚାହିଦାକୁ ମେଣ୍ଟାଇବା ସହ ଦକ୍ଷିଣ ଓଡ଼ିଶାର ବର୍ଦ୍ଧିତ ବିଜୁଳି ଆବଶ୍ୟକତା ପୂରଣ କରିବାକୁ ଟିପିଏସଓଡିଏଲ୍ ପ୍ରତିଶ୍ରୁତିବଦ୍ଧ। ଅଭିନବ ଜ୍ଞାନକୌଶଳ, ପ୍ରଯୁକ୍ତିବିଦ୍ୟା ଓ ପରିଚାଳନା ଦକ୍ଷତା ଉପରେ ଆମର ଗୁରୁତ୍ୱ, ବଦଳୁଥିବା ଚାହିଦା ଢାଞ୍ଚା ସହ ଖାପ ଖୁଆଇବା ଭଳି ଗୁଣାତ୍ମକ ପଦକ୍ଷେପ ଉପଭୋକ୍ତାମାନଙ୍କୁ ଭରସାଯୋଗ୍ୟ ସେବା ଯୋଗାଇବା କ୍ଷେତ୍ରରେ ସହାୟକ ହୋଇପାରିଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/72ca9e55-a2dc-424e-bd36-ea35284af677.jpeg)