ଧାନ ଖଳାରେ ଡମ୍ପର ମାଡ଼ିଗଲା: ବାପ ଆଗରେ ପୁଅ ମୃତ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ଅନ୍ତର୍ଗତ ମନକୋ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଧାନ ଖଳାରେ ଡମ୍ପର ଚାପାରେ ବାପା ସାମ୍ନାରେ ପୁଅର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ମନକୋ ଗ୍ରାମର ଏତୁଆ ବରୁଆ ନିଜ ବିଲରୁ ଧାନ କାଟି ଓଆର୍ଜେ ୨୮୫୧ ଡମ୍ପରରେ ବୋଝେଇ କରି ଧାନଖଳାକୁ ଆଣୁଥିଲେ। ଖଳାରେ ଡମ୍ପର ଚାଳକ ଗାଡ଼ି ବୁଲାଉଥିବାବେଳେ ଏତୁଆଙ୍କ ପୁଅ ବିଶ୍ବନାଥ(୨୦) ଯିଏକି ପଛ ପଟେ ଛିଡ଼ା ହୋଇଥିଲା, ଅଜଣାତରେ ତାଙ୍କ ଉପରେ ଡମ୍ପରଟି ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ ଡମ୍ପର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ଲାଠିକଟା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର