ଜୟପୁର: ଜୟପୁର ତହସିଲ ପକ୍ଷରୁ ଭୁତନାଥ ଶ୍ମଶାନ ନିକଟରେ ବିନା ରୟଲଟିରେ ଚାଳାଣ ହେଉଥିବା ବାଲି ବୋଝେଇ ଟ୍ରାକ୍ଟର ଓ ବଜୁରୀ ବୋଝେଇ ହାଇୱାକୁ  ତହସିଲଦାର ଡ.ମୋନାଲିସା ଆଚାର୍ଜୀ ଧରିଛନ୍ତି। ଉଭୟ ଗାଡ଼ିରେ ଚାଳାଣ ହେଉଥିବା କଂଚାମାଲର ରୟଲଟି ନଥିବାରୁ ଧରିଥିଲେ। ସେ ଏବାବଦରେ ରୟଲଟିଓ ଜରିମାନା ବାବଦକୁ ୩୫ହଜାର ଟଙ୍କା ଆଦାୟ କରିଛନ୍ତି। ତାଙ୍କ ସହ ଏହି ଚଢ଼ାଉରେ  ବରିଷ୍ଠ ରାଜସ୍ବ ପରିଦର୍ଶକ ହରିହର ଶତପଥୀ, ଟାଉନ-୨ ରାଜସ୍ବ ନିରୀକ୍ଷକ ତିରେନ୍ ଚାଳାନ, ବାଲିଆ ରାଜସ୍ବ ନିରୀକ୍ଷକ କୁନିଲତା ନାୟକ ପ୍ରମୁଖ ଭାଗ ନେଇଥିଲେ।