କେନ୍ଦ୍ରାପଡ଼ା: ବେପରୁଆ ଚାଳନା ଯୋଗୁଁ ମଙ୍ଗଳବାର ଜଣେ ଟ୍ରାକ୍ଟର ଡାଇଭରଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବଡକଳାବୁଦା ହାଇସ୍କୁଲ ଗଡାରେ ଆଜି ଦିନ ୧୦.୩୦ ସମୟରେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରାକ୍ଟର ନଦୀକୁ ଖସିପଡ଼ିଛି।
ରିପୋର୍ଟ ଅନୁସାରେ ଭାରସାମ୍ୟ ହରାଇ ରାୟଚାନ୍ଡ ଗ୍ରାମର ଚାଳକ ଟ୍ରାକ୍ଟରକୁ ନୀଦକୁ ଖସାଇ ଦେଇଥିଲେ। ଏହା ପରେ ସେ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ସୂଚନା ପାଇ ସ୍ଥାନୀୟ ଘଟଣାସ୍ଥଳରେ କୋରୁଆ ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ଉଦ୍ଧାର କରି ପାଟକୁରା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/dead-4.jpg)