ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ଭଦ୍ରକ: ଗ୍ରାମାଞ୍ଚଳ ଥାନା କରେଇପୁର ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ। ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ପ୍ରଦୀପ ପଧାନ। ସେ ଭଦ୍ରକରେ ତାଙ୍କ ଶଶୁର ଘରେ ରହୁଥିଲା । ଆଜି  ସନ୍ଧ୍ୟାରେ ସେ ଟ୍ରାକ୍ଟର  ମାଟି ପକାଇ, ଟ୍ରାକ୍ଟର ନେଇ ଖାଇବା ପାଇଁ ଯାଉଥିବା ବେଳେ, ଭାରସାମ୍ୟ ହରାଇ ଟ୍ରାକ୍ଟର ଟି ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ଟ୍ରାକ୍ଟର ତଳୁ ଡ୍ରାଇଭର କୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଦୀପ ଦୀର୍ଘ ଦିନ ହେଲା ଭଦ୍ରକରେ ଭିଣୋଇ ଘରେ ରହି ଟ୍ରାକ୍ଟର ଚଳାଉଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ଶବକୁ ଜବଦ କରି, ଶବ ବ୍ୟବଚ୍ଛେଦ ପାଇ ଭଦ୍ରକ ମେଡିକାଲକୁ ପଠାଇ ତଦନ୍ତ କରୁଛି।
ସମ୍ବନ୍ଧିତ ଖବର