କନ୍ଧମାଳ: ଟ୍ରାକ୍ଟର ଚକା ତଳେ ଚାଳକଙ୍କ ଜୀବନ ଗଲା, ୩ ଆହତ
ଫୁଲବାଣୀ: ଟ୍ରାକ୍ଟର ଚକା ତଳେ ପଡ଼ିଯିବାରୁ ମଙ୍ଗଳବାର ଜଣେ ଚାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଫୁଲବାଣୀ ସଦର ପୁଲିସ ଥାନା ଅନ୍ତର୍ଗତ ଗଂଜୁଗୁଡ଼ା ଠାରେ ୧୦ ଫୁଟ ଗଭୀର ଗାତକୁ ଖସିବାରୁ ଟ୍ରାକ୍ଟର ଦୁର୍ଘଟଣା ଘଟିଥିଲା। ଚାଳକ ରାଜୀବ କହଁର (୩୧) ଚକା ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜୀବଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇଟାଭାଟିରୁ ଇଟା ନେଇ ଆସୁଥିବା ବେଳେ ଟ୍ରାକ୍ଟରରେ ଅନ୍ୟ ୩ଜଣ ଶ୍ରମିକ ମଧ୍ୟ ଥିଲେ। ସେମାନେ ଆହତ ହୋଇଛନ୍ତି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଂଚିଛି।