ପୋଖରୀ ଭିତରକୁ ଖସି ପଡ଼ିଲା ଟ୍ରାକ୍ଟର; ୩ମୃତ ଓ ୧୦ ଆହତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଗୁରୁଣ୍ଡିଆ ଜର୍ଦା ପଞ୍ଚାୟତ ଅନ୍ତର୍ଗତ କେଲୋଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଏକ ଟ୍ରାକ୍ଟର ପୋଖରୀ ଭିତରକୁ  ଖସି ପଡ଼ିବାରୁ ୩ ଜଣ ପ୍ରାଣ ହରାଇଛନ୍ତି।  ଟ୍ରାକ୍ଟରରେ ଥିବା ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ବେଡା ବାଘ, ସୁଲୋଚନ ଭୁକ୍ତା ଓ ତପସ୍ୱିନୀ ପୂଜାରୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଏକ  ଟ୍ରାକ୍ଟରରେ ପାଖାପାଖି ୧୩ଜଣ ଲୋକ ବସି ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ୍‌ ଚାଉଳ ପାଇଁ ଯାଉଥିଲେ। ଏହି ସମୟରେ ଟ୍ରାକ୍ଟରଟି ରାସ୍ତା କଡ଼ରେ ଥିବା ଏକ ପୋଖରୀ ଭିତରକୁ ଖସି ପଡ଼ିଥିଲା। ଫଳରେ ଏଥିରେ ଥିବା ୧୩ଜଣଙ୍କ ମଧ୍ୟରୁ ତିନିଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଅଘଟଣ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବେଡା ବାଘ, ସୁଲୋଚନ ଭୁକ୍ତା ଓ ତପସ୍ୱିନୀ ପୂଜାରୀଙ୍କ ମୃତଦେହ ଜବତ କରିବା ସହ  ଆହତଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଗୁରୁଣ୍ଡିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ପୁଲିସ ଉକ୍ତ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର