ପୁରୀ: ଆଜି ସକାଳେ ଏକ ରାଲିରେ ଯୋଗଦେବାକୁ ଆସୁଥିବା ମହିଳାମାନଙ୍କ ଅଟୋକୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ୮ ଜଣ ମହିଳା ଓ ଅଟୋ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅଞ୍ଚଳର ପ୍ରାୟ ଶହେ ସରିକି ମହିଳା ପୁରୀ ଠାରେ ଆୟୋଜିତ ଏକ ଗ୍ରୀନକାର୍ଡ ରାଲିରେ ଯୋଗଦେବାକୁ ଆସୁଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ମହିଳା ଏକ ଅଟୋ ଭଡ଼ା କରି ପୁରୀ ଆସୁଥିଲେ। ତେବେ ସତ୍ୟବାଦୀ ଥାନା ଅନ୍ତର୍ଗତ ସୁକଳ ନିକଟରେ ସେମାନଙ୍କ ଅଟୋକୁ ଏକ ଟ୍ରାକ୍ଟର ଧକ୍କାଦେଇଥିଲା। ଫଳରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ପୁରୀ: ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର, ୮ ଗୁରୁତର
ଆହତଙ୍କ ମଧ୍ୟରେ ୮ ମହିଳା
/sambad/media/post_attachments/wp-content/uploads/2018/03/puri-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)