ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ବିଜାଘଟି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟିବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ବାଲି ବୋଝେଇ ଟ୍ରାକ୍ଟର ପାଣ୍ଡ୍ରିପାଣି ଠାରୁ ମାଲକାନଗିରି ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।ଟ୍ରାକ୍ଟରରେ ଦୁଇ ଜଣ ଶ୍ରମିକ ଏବଂ ଜଣେ ଡ୍ରାଇଭର ଥିଲେ। ବସିଥିବା ଦୁଇଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଛି । ଡ୍ରାଇଭର ଏବଂ ଆଉ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ୍ୟୁବରଣ କରିଥିବା ଶ୍ରମିକ ଜଣକ ହେଲେ ମହେଶ୍ୱର ସମରଥ ବୋଲି ଜଣାପଡିଛି । ସେହିପରି ଆହତମାନଙ୍କ ମଧ୍ୟରୁ ଡ୍ରାଇଭର ସୁବାଷ ସମରଥ ଏବଂ ଶ୍ରମିକ ବୁଡୁ ଜନି ଗୁରୁତର ଆହତ ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20210128-WA0047.jpg)