କୋରାପୁଟ: ଝିଅ ବାହା ଦେଇ ଖୁସିରେ ଫେରୁଥିବା ବେଳେ ଟ୍ରାକ୍ଟର ଓଲଟିଲା, ଜଣେ ମୃତ, ୧୫ରୁ ଅଧିକ ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ପିପଳପଦର ଗ୍ରାମପଞ୍ଚାୟତର କେସକାପାଡି ଗାଁରେ ଝିଅ ବାହାଘର ଦେଇ ନିଜଗାଁ ଏସ୍‌ ଡଙ୍ଗାସିଲ୍‌ ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ କନ୍ୟାଯାତ୍ରୀ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତିା

ସୂଚନା ମୂତାବକ ବୁଧବାର ସକାଳୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଏସ୍‌ ଡଙ୍ଗାସିଲ୍‌ ଗାଁର ଜେମା ମାଝିଙ୍କ ଝିଅ ମଞ୍ଜୁଳାଙ୍କ ବାହାଘର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କେସକାପାଡି ଗାଁର ଜେଇ ମାଝୀଙ୍କର ହୋଇଥିଲାା ବାହାଘର ସକାଶେ ଏକ ଟ୍ରାକ୍ଟର ଯୋଗେ ଏସଡଙ୍ଗାସିଲ୍‌ ଗାଁରୁ କନ୍ୟାଯାତ୍ରୀ ଆସି କେସକାପାଡି ଗାଁରେ ପହଞ୍ଚି ବାହାଘର ସମାପ୍ତ ହେବା ପରେ ଭୋଡିଭାତ ଖାଇ ଅପରାହ୍ନ ପ୍ରାୟ ୨ଟା ସମୟରେ ସେହି ଟ୍ରାକଟର ଯୋଗେ ନିଯ ଗାଁ ଏସ ଡଙ୍ଗାସିଲ୍‌କୁ ଫେରୁଥିଲୋ ଗାଡିଟି ଘାଟି ରାସ୍ତା ଅତିକ୍ରମ କରି ମଣ୍ଡଳଗୁଡା ଛକରେ ପହଞ୍ଚିବା ପରେ ଡ୍ରାଇଭର ଜଣକ ଗାଡିକୁ ଆଉ ନିୟନ୍ତ୍ରଣ କରିପାରିନଥିଲେ। ଯାହା ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଟ୍ରାକ୍ଟର ଓଲଟି ପଡିବା ପରେ ଘଟଣା ସ୍ଥଳରେ ଜଣେ କନ୍ୟାଯାତ୍ରୀ ରାଜି ମାଝୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର