ସରକାରୀ କୃଷି ଫାର୍ମ ଜମିକୁ ଅକ୍ତିଆର ପାଇଁ ମସୁଧା, କର୍ମଚାରୀ ବିରୋଧ ଯୋଗୁ ଫେରିଗଲା ଟ୍ରାକ୍ଟର

ଉମରକୋଟ: ଉମରକୋଟ ସହର ନବରଙ୍ଗପୁର ଜିଲ୍ଲା ଜିଲ୍ଲାର ଏକ ପ୍ରଧାନ ବାଣିଜ୍ୟ କେନ୍ଦ୍ର। ଏଠାରେ ୯୦ ଭାଗ ଜମି ସରକାରୀ। ରାଜସ୍ବ ବିଭାଗର ଉଦାସୀନତା ପାଇଁ କୋଟି ଟଙ୍କାର ଜମି ବର୍ତ୍ତମାନ ଧନୀକ ଶ୍ରେଣୀଙ୍କ ହାତରେ। ଏପରି କି ଏହି ସରକାରୀ ଜମି କିଣା ବିକା ମଧ୍ୟ ଖୋଲମ ଖୋଲା ଚାଲିଛି। ସବୁଠୁ ବିଡମ୍ବନା ହେଲା ଜିଲ୍ଲା ପ୍ରଶାସନ ତରଫରୁ ଲଗା ଯାଇଥିବା ବୋର୍ଡକୁ ଉପ।ଡ଼ି କି ମଧ୍ୟ ବହୁ ଜମି ଅକ୍ତିଆର ହୋଇସାରିଲାଣି। ଏପରି କି ଜବର୍  ଦଖଲକ।ରିଙ୍କ ମନରେ କୌଣସି ଭୟ ମଧ୍ୟ ଦେଖା ଯାଏନି। ଆଉ ଏକ ଜବରଦଖଲ ଘଟଣା ଆଜି ଉମରକୋଟ ନିକଟସ୍ଥ ୫୨ନ ଗ୍ରାମରେ ଥିବା କୃଷି ଫାର୍ମରେ ଦେଖିବାକୁ ମିଳିଛି।

ସରକାରୀ କୃଷି ଫାର୍ମର ପାଚେରୀ ନ ଥିବାରୁ ଏହାର ସୁଯୋଗ ନେଇ ବହୁ ମୂଲ୍ୟବାନ ଜମି ବିଭିନ୍ନ ଲୋକେ ଦୀର୍ଘ ବର୍ଷ ହେଲା ମାଡି ବସିଲେଣି। ଆଜି ଚଡେଇଗୁଡା ଗ୍ରାମ ଯିବା ବାଟରେ ଏହି ସରକାରୀ କୃଷି ଫାର୍ମର ୪ ଏକର ଜମି ଅଛି। ଏଠାରେ ବିଭାଗ ତରଫରୁ ପ୍ରତି ବର୍ଷ ଧାନ ଚାଷ କରାଯାଇଥାଏ। ୪ ଦିନ ତଳେ ଉମରକୋଟ ସହରର ୟୁଭି ୩ ଦଙ୍ଗରୀଗୁଡା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ଟ୍ରାକ୍ଟର ଲଗାଇ ପ୍ରାୟ ୧ ଏକର ଜମିରେ ହଳ କରିଥିଲେ। ଆଜି ପୁଣି ସେହି ଜମିକୁ ଲେବେଲ୍ କରିବା ପାଇଁ ଟ୍ରାକ୍ଟର ଲାଗିଥିବା ବେଳେ କୃଷି ଫାର୍ମରେ କାର୍ଯ୍ୟରତ କର୍ମଚାରୀ ଧନୁ ଖୋସଲା ଘଟଣାସ୍ଥଳରେ ପହଞ୍ଚି ପାଟି ତୁଣ୍ଡ କରିବାରୁ ଟ୍ରାକ୍ଟରଟି  ପକାଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଛି । ଉମରକୋଟ ତହସିଲଦାର ଓ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର