ଘଟଗାଁ: ଗତକାଲି ଘଟଗାଁ ବ୍ଲକ୍ ପଣ୍ଡାପଡ଼ା ଥାନା ଅଧୀନସ୍ଥ କାଣ୍ଡସର ରେଲେଓ୍ଵ ସାଇଡ୍ରୁ ଏକ ବେଆଇନ୍ ପଥର ବୋଝେଇ ଟ୍ରାକ୍ଟରକୁ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଜବତ କରି ପୁଲିସ ଜିମା ଦେଇଥିଲେ। ଉକ୍ତ ଟ୍ରାକ୍ଟର ମାଲିକଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ସେହିପରି ପଣ୍ଡାପଡ଼ା ଥାନା ଅଧୀନସ୍ଥ ଉକଚାବେଡ଼ାଠାରେ ବେଆଇନ ଭାବେ ଏକ ମୋରମ ଖାଦାନରୁ ହିଟାଚି ଲଗାଇ ଦୁଇଟି ଟ୍ରାକ୍ଟଟରେ ମୋରମ ଭର୍ତି କରି ଚୋରାଚାଲାଣ ବେଳେ ଖବର ପାଇ ପଣ୍ଡାପଡ଼ା ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଦାସ ଓ ପଣ୍ଡାପଡ଼ା ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ସେଗୁଡ଼ିକୁ ଜବତ କରି ପଣ୍ଡାପଡ଼ା ଥାନାକୁ ଆଣିଥିଲେ। ଏ ନେଇ ପ୍ରତ୍ୟେକ ଟ୍ରାକ୍ଟରଠାରୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଥିବା ଜଣାଯାଇଛି। ବସନ୍ତପୁର, ରୁଟିଶିଳା, ବଡ଼ପିଛୁଳା ଆଦି ୩ଟି ପଞ୍ଚାୟତରେ ଥିବା ମୋରମ ଓ ପଥର ଖାଦାନରେ ବର୍ଷ ବର୍ଷ ଧରି ଏପରି ଭାବେ ବେଆଇନ ପଥର, ବାଲି ଓ ମୋରମ କାରବାର ଚାଲିଥିବା ଅଭିଯୋଗ ହୋଇଆସୁଛି।
ମୋରମ୍ ବୋଝେଇ ଟ୍ରାକ୍ଟର ଜବତ
/sambad/media/post_attachments/wp-content/uploads/2017/11/keo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)