ସାବାସ ଟ୍ରାଫିକ ପୁଲିସ: ଦୁର୍ଘଟଣା ଏଡ଼ାଇବାକୁ ବର୍ଷାରେ ଭିଜି ପୋତୁଛନ୍ତି ଗାତ

ରାଉରକେଲା : ସ୍ମାର୍ଟ ସିଟିରେ ସରୁନି ୩୪୦ କୋଟିର ସ୍ୱରେଜ କାମ l ଦୁଇବର୍ଷ କାମକୁ ବିତିଲାନି ସାଢେ ତିନି ବର୍ଷ, ତଥାପି ଅଧପନ୍ତରିଆ l ଦହଗଞ୍ଜ ହେଉଛନ୍ତି ସହରବାସୀ l ସହରର ମୁଖ୍ୟ ମାର୍ଗ ସ୍ଥିତି ଦୟନୀୟ ହୋଇ ପଡିଛି l ସକାଳୁ ଲାଗି ରହିଥିବା ଲଗାଣ ବର୍ଷା ସ୍ଥିତିକୁ ଆହୁରି ସଙ୍ଗୀନ କରିଛି l

ମୁଖ୍ୟ ମାର୍ଗ ମଂଗଳଭବନ ନିକଟରେ ସୃଷ୍ଟି ହୋଇଛି ବଡ଼ ବଡ଼ ଗର୍ତ୍ତ l ଦୁର୍ଘଟଣା ଏଡ଼ାଇବାକୁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ l ବାରମ୍ବାର ଅଭିଯୋଗ ସ୍ୱତ୍ତ୍ବେ ଫଳ ଶୂନ l ଏଭଳି ସ୍ଥିତିରେ ବର୍ଷାରେ ଭିଜି ଡିଉଟି କରୁଥିବା ଜଣେ ଟ୍ରାଫିକ ପୁଲିସ ଦେଖାଇଛନ୍ତି ମହନୀୟତାl

ବର୍ଷାରେ ଭିଜି ଭିଜି ଗାତଗୁଡିକୁ ପୋତୁଛନ୍ତି l ସେ ହେଲେ ଟ୍ରାଫିକ କର୍ମଚାରୀ ରଞ୍ଜନ ସାହୁ l ତାଙ୍କୁ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସହାୟତା କରୁଛନ୍ତି l ବର୍ଷାରେ କାର୍ଯ୍ୟରତ ରଞ୍ଜନଙ୍କ ଏଭଳି କାମକୁ ସ୍ଥାନୀୟ ବ୍ୟବସାୟୀ ଓ ପଥଚାରୀ ବେଶ ପ୍ରଶଂସା କରିଛନ୍ତି l

ସମ୍ବନ୍ଧିତ ଖବର