ଖୋର୍ଦ୍ଧା: ରାଜ୍ୟରାଜଧାନୀର ଜିଲ୍ଲା ଖୋର୍ଦ୍ଧା ସହରର ଜନସଂଖ୍ୟା ତୁଳନାରେ ନିଶା କାରବାର ଓ ନିଶାଡ଼ିଙ୍କ ସଂଖ୍ୟାର ଆନୁପାତିକ ହାର ଏକ ସାଂଘାତିକ ସ୍ଥିତିକୁ ସୂଚିତ କରୁଛି। ବ୍ରାଉନସୁଗାର ଭଳି ମାରାତ୍ମକ ନିଶାର କାରବାର କରୁଥିବା ଲୋକମାନେ କ୍ଷମତାଶାଳୀ ରାଜନେତାଙ୍କ ଛତ୍ରଛାୟାରେ ସୁରକ୍ଷିତ ଅଛନ୍ତି। ବର୍ଦ୍ଧିତ ନିଶା କାରବାର ଠାରୁ ବିପର୍ଯ୍ୟସ୍ତ ଟ୍ରାଫିକ ନିୟନ୍ତ୍ରଣ, ପୁଲିସର ବିଫଳତାକୁ ପଦାରେ ପକାଇଛି, ଆଜି ଏଭଳି ଅଭିଯୋଗ କରି ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଆଜି ପୂର୍ବାହ୍ଣରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ନେତୃତ୍ବରେ ବିଜେପିର ଅନେକ ବରିଷ୍ଠ କର୍ମକର୍ତା ଓ ସଦସ୍ୟ ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଏକ ପ୍ରତିନିଧି ଦଳ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ଶ୍ରୀ ଖଣ୍ଡାୟତରାୟ କହିଛନ୍ତି ଯେ ପ୍ରତିନିଧି ଦଳ ଖୋର୍ଦ୍ଧାରେ ବଢ଼ିଚାଲିଥିବା ବେଆଇନ ଖଣି କାରବାର, ନିଶା କାରବାର, ମୋରମ ଆଦି ଲଘୁ ଖଣିଜ ପଦାର୍ଥର ଚୋରାଚାଲଣ ଆଦି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହା ସହ, ଜମି ହଡ଼ପକାରୀମାନେ ଖୋର୍ଦ୍ଧାର ଅନେକ ମୁଖ୍ୟ ସଡ଼କ, ସରକାରୀ ଜମି ଜବରଦଖଲ କରିନାହାନ୍ତି, ଦୈନନ୍ଦିନ ଯାତାୟାତ ସଡ଼କର ଉଭୟ ପାର୍ଶ୍ବ ମଧ୍ୟ ଜବରଦଖଲ କରିଛନ୍ତି। ଏହାଦ୍ବାରା ସହରର ଟ୍ରାଫିକ୍ସେବା ବିପର୍ଯ୍ୟସ୍ତ ହେଉଛି । ଏଣୁ ସହରରରୁ ଯୋଜନାବଦ୍ଧ ଭାବେ ଜବରଦଖଲ ହଟାଇବା ଓ ଜବରଦଖଲକାରୀଙ୍କ ଠାରୁ ସରକାରୀ ଜମି ମୁକୁଳାଇବାକୁ ଦଳ ପକ୍ଷରୁ ଦାବି କରଯାଇଛି।
ଆଜିର ଏହି ଦାବିପତ୍ର ପ୍ରଦାନ ଓବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୩ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପ୍ରଦ୍ୟୁମ୍ନ ହରିଚନ୍ଦନ, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, ଅଭିମନ୍ୟୁ ଘଟୁଆଳ, କାଉନସିଲର ଶୁଭଲକ୍ଷ୍ମୀ ମହାରଣା, ବଦ୍ରିନାରାୟଣ ସାହୁ, ଓବିସି ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ବେହେରା, ସୁଚିସ୍ମିତା ବଡ଼ଜେନା, କାହ୍ନୁ ପ୍ରସାଦ ସେନାପତି, ବିମଳ କିଶୋର ଦାସ, ଫକୀର ଚରଣ ବେହେରା, ସୁଶାନ୍ତ କୁମାର ସାହୁ, ବଦ୍ରିନାରାୟଣ ଦାଶ, ସତ୍ୟ ରଞ୍ଜନ ପରିଡ଼ା, କାଳୁ ପଟ୍ଟନାୟକ, ରଜତ ରଞ୍ଜନ ଶର୍ମା, ସତ୍ୟ ବିଶୋଇ, ନଗର ସଭାପତି ତ୍ରିନାଥ ମହାପାତ୍ର, ମହମ୍ମଦ କଲାମ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Khordha-BJP-ra-Bikhyobha-o-Dabipatra.jpeg)