ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେବାରେ ଲାଗିଛି। ସଙ୍କୁଚିତ ରାସ୍ତାକୁ କିଛି ସ୍ଥାନରେ ରାସ୍ତା ଅବରୋଧ ସହ ରାସ୍ତା ଉପରେ ଉଠାଦୋକାନୀଙ୍କ ଅବରୋଧ ସାଙ୍ଗକୁ ଗାଡି ପାର୍କିଂ ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ କରିବାରେ ଲାଗିଛି। ବସଷ୍ଟାଣ୍ଡ ନଥିବା ହେତୁ ରାସ୍ତା କଡରେ ବସ ରହିବା ଯାତ୍ରୀଙ୍କ ଗହଳି ସମସ୍ୟା ସୃଷ୍ଟିର ଏକ ମୁଖ୍ୟ କାରଣ ପାଲଟିଛି ଅଞ୍ଚଳବାସୀଙ୍କ ଗମନାଗମନରେ ସୁବିଧା ତଥା ମୁଖ୍ୟ ସଡ଼କ ମୁଖ୍ୟତଃ ଗାନ୍ଧି ଛକ, ବନ୍ଧ ଛକ, ପଶୁ ଡାକ୍ତରଖାନା ନିକଟରେ ଟ୍ରାଫିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ବହୁ ଦିନ ହେବ ବାଇପାସ୍ ରୋଡ଼ ନିମନ୍ତେ ଦାବି ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦାବି ପୂରଣ ହେଉନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଶାସନର ଗତି ହୀନ କାର୍ଯ୍ୟଶୈଳୀ ଓ ଜନପ୍ରତିନିଧିଙ୍କ ଉଦାସୀନତାକୁ ନିନ୍ଦା କରୁଥିବା ଶୁଣିବାକୁ ମିଳୁଛି। ଏନଏସି ନିର୍ବାଚନ ସରିବାର ଦୁଇ ବର୍ଷ ପୂରଣ ହେବାକୁ ଯାଉଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଆଖିଦୃଷ୍ଟିଆ ଉନ୍ନୟନମୂଳକ କାମ ହୋଇନଥିବା ଆଲୋଚନା ହେଉଛି। ଘୁ.ଉଦୟଗିରି ସହର ଉପରେ ପ୍ରାୟ ୮ ଟି ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ନିର୍ଭର କରୁଥିବା ବେଳେ ସମସ୍ତେ ନିଜ ନିଜ ଆବଶ୍ୟକତା ପୂରଣ ପାଇଁ ପ୍ରତିଦିନ ସହରକୁ ଆସିଥାନ୍ତି। ସହରରେ ବହୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ମେଡିକାଲ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟଳୟ, ତହସିଲ, ଏନଏସି, ବ୍ୟାଙ୍କ୍, କୋର୍ଟ, ବିଦ୍ୟୁତ୍, କୃଷି ବିଭାଗ ଏମିତି ଅନେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ସ୍କୁଲକୁ ଦୈନଦିନ ସହ ସହ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ଆସୁଥିବାବେଳେ ଶହ ଶହ ଲୋକେ ନିଜ ଆବଶ୍ୟକୀୟ ଜରୁରୀ କାମ ପାଇଁ ସହରର ବିଭିନ୍ନ କାର୍ଯ୍ୟାଳୟକୁ ଆସିଥାନ୍ତି।

Advertisment

publive-image

ଯାହା ଫଳରେ ସହର ବହୁ ମାତ୍ରାରେ ଜନଗହଳି ରହିଥାଏ ଏମିତି ସମୟରେ ବଡ଼ ବଡ଼ ଟ୍ରକ୍, ବସ, ଅଟୋ ଓ ଅନେକ ଗାଡ଼ି ମୋଟର ସହର ମଧ୍ୟ ଦେଇ ଯିବା ଆସିବା କରିଥାନ୍ତି | ସେପଟେ ସରକାରୀ, ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ, ଛାତ୍ର ଛାତ୍ରୀ ସ୍କୁଲ କଲେଜ ଯିବା ଆସିବା କରିବା ସମୟ ସକାଳ ୯ ରୁ ୧୦ ଓ ୪ ପରେ ମୁଖ୍ୟ ରାସ୍ତା ପଶୁ ଡାକ୍ତରଖାନା ଛକ ନିକଟରେ ଉଠା ଦୋକାନୀମାନେ ରାସ୍ତା ପାଖରେ ନିଜ ଦୋକାନ ଖୋଲୁ ଥିବାରୁ ସେଠାରେ ଗହଳି ହେଉଥିବାବେଳେ ଗାଡ଼ିମୋଟର ଯିବା ଆସିବା କଷ୍ଟସାଧ୍ୟ ହେଉଥିବା ଟ୍ରାଫିକ୍ ଜାମ୍ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ସେହି ସ୍ଥାନରେ ରାସ୍ତା ଅଧିକା ଚଉଡ଼ା ନଥିବା ଓ ଅତି ନିକଟରେ ଛୋଟ ବ୍ରିଜ୍ ରହଛି ଯାହା ଫଳରେ ଅଧିକାଂଶ ସମୟରେ ଟ୍ରାଫିକ ଜାମ ରହୁଛି। ସମସ୍ତ ସମସ୍ୟା ଉପରେ ଦୃଷ୍ଟି ରଖି ସହର ପାଇଁ ଏକ ବାଇପାସ୍ ରୋଡ଼ ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ବହୁ ଦିନ ହେବ ଦାବି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। କିଛିଦିନ ପୂର୍ବରୁ ବାଇପାସ୍ ରାସ୍ତା ପାଇଁ ରାଜସ୍ବ ବିଭାଗ ତରଫରୁ ସର୍ଭେ କରାଯାଇଥିଲା ଓ ନିଷ୍ପତି ଅନୁଯାୟୀ ସ୍ଥାନ ନିରୂପଣ ମଧ୍ୟ କରାଯାଇଥିଲା ଯାହା କାଗଜ କଲମରେ ସୀମିତ ରହିଯାଇଛି। ଆଜି ପର୍ଯ୍ୟନ୍ତ କୌଣସି ବାଇପାସ୍ ରାସ୍ତା ନିର୍ମାଣ ହୋଇ ପାରିନଥିବା ଫଳରେ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।