ଝାରସୁଗୁଡ଼ା: ପୁଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ ସମୟରେ ମୋଟ ୧ ଲକ୍ଷ ୭୫ ହଜାର ଟଙ୍କା ଜରିମାନା କରାଯାଇଛି। ସହରରେ ବ୍ୟାପକ ଯାଞ୍ଚ ସତ୍ତ୍ୱେ ଅଳ୍ପ ବୟସର ପିଲାମାନେ ବାଇକ ଚଳାଉଥିବା ପୁଲିସ ନଜରକୁ ଆସୁଛି। ଆଜି ସହରର କକ୍ସ କଲୋନି ନିକଟରେ ପୁଲିସ ଯାଞ୍ଚ କରୁଥିବା ବେଳେ ୫ ଜଣ ନାବାଳକ ମଧ୍ୟ ଗାଡ଼ି ଚଳାଉଥିବା ଧରାପଡ଼ିଥିଲେ। ଏମାନଙ୍କ ଠାରୁ ମୋଟ ୧ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

Advertisment

publive-image

ସେହିପରି ଝାରସୁଗୁଡା ବସଷ୍ଟାଣ୍ଡ ସମେତ ଅନ୍ୟାନ୍ୟ ସ୍ଥାନରେ ହେଲମେଟ ସହିତ ଡ୍ରାଇଭିଙ୍ଗ ସମୟରେ ମୋବାଇଲରେ କଥାହେବା ଭଳି ଅଭିଯୋଗରେ ୪୦ ଜଣଙ୍କ ଠାରୁ ୪୦ ହଜାର ଟଙ୍କା ଫାଇନ କଟାଯାଇଥିବା ଝାରସୁଗୁଡା ଆଇଆଇସି ସାବିତ୍ରୀ ବଳ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପରିବହନ କମିସନର ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ସଡ଼କ ସୁରକ୍ଷା ନେଇ ଉଲ୍ଲେଖ କରିଛନ୍ତି। ଚିଠିରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ ନିମ୍ନ ଲିଖିତ ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କୁ ଫାଇନ୍‌ ଦେବାକୁ ପଡ଼ିବ।

publive-image