ବୀରମିତ୍ରପୁର: ବୀରମିତ୍ରପୁର ସହରର ଭଞ୍ଜଭବନ ନିକଟରେ ଏକ ଟ୍ରେଲର ଓ ସ୍କୁଟି ମଧ୍ୟରେ ଧକ୍କା ହେବାରୁ ସ୍କୁଟିରେ ବସିଥିବା ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ପଡୋଶୀ ଝାଡ଼ଖଣ୍ଡ ପୁରୁଣାପାଣି ଅଞ୍ଚଳର ମଞ୍ଜୁଳା ଡୁଙ୍ଗଡୁଙ୍ଗ (୪୭)। ମିଳିଥିବା ସୂଚନା ଅନୁଯାଇ ଝାଡ଼ଖଣ୍ଡ ପୁରୁଣାପାଣି ଅଞ୍ଚଳର ବିଜୟ ଡୁଙ୍ଗଡୁଙ୍ଗ (୫୨) ତାଙ୍କ ସ୍କୁଟି ନମ୍ବର ଓଆର ୧୪ ୱାଇ ୩୧୬୩ରେ ତାଙ୍କ ପତ୍ନୀ ମଞ୍ଜୁଳା ଡୁଙ୍ଗଡୁଙ୍ଗ ସହ କୌଣସି କାମରେ ବୀରମିତ୍ରପୁର ମାର୍କେଟକୁ ଆସୁଥିବାବେଳେ ଭଞ୍ଜଭବନ ନିକଟରେ ବୀପରିତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରେଲର ସହିତ ଧକ୍କା ହୋଇଥିଲା।
ଏଥିରେ ସ୍କୁଟି ଚାଳକ ବିଜୟ ଆହତ ହୋଇଥିବାବେଳେ ତାଙ୍କ ପତ୍ନୀ ମଞ୍ଜୁଳା ସ୍କୁଟିରୁ ତଳେ ପଡ଼ି ଯାଇଥିଲେ। ଟ୍ରେଲର ଚକ ମଞ୍ଜୁଳାଙ୍କ ମୁଣ୍ଡ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ହିଁ ମଞ୍ଜୁଳାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଟ୍ରେଲରଟି ସେଠାରୁ ଫେରାର ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ବୀରମିତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତକରି ବ୍ୟବଛେଦ ପାଇଁ ପଠେଇବା ସହ ଥାନାରେ ଏକ ମାମଲା ୠଜୁକରି ମାମଲାର ତଦନ୍ତ ଚଳାଇଥିବା ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Accident_Thumbnail-750x430-1.jpg)