ଟ୍ରେନ୍ ଧକ୍କାରେ ଜଣେ ଗୁରୁତର, ଗାଡି ଚୁରମାର 

କୋରାପୁଟ: କୋରାପୁଟରୁ ଧୁସୁରା ଗୁଡା ଗାଡିରେ ଯାଉଥିବାବେଳେ ଧୁସୁରା ଗୁଡା ଜଗୁଆଳି ବିହିନ ଲେବଲ କ୍ରସିଂ ରେ ମାଲବାହୀ ଟ୍ରେନ ଧକ୍କାରେ ସ୍କ୍ରୋପିଓ ଗାଡି ଚୁରମାର ହୋଇଯାଇଛି। ସ୍କ୍ରୋପିଓ ଗାଡିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଡ୍ରାଇଭରକୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଜମାଲ କେଲାନୀ ଶେଖ ହବିବ୍‌ଙ୍କ ପୁଅ ଶେଖ୍ ଜହୁର(୩୨) ।

ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରା୍ୟ ୧୧ଟାବେଳେ କିରଣ୍ଡୁଲରୁ ବିଶାଖାପାଟଣା ଅଭିମୁଖେ ଲୁହାପଥର ବୋଝେଇ ମାଲବାହୀ ଟ୍ରେନ ଯାଉଥିବାବେଳେ ମାନବାର ଷ୍ଟସେନ ନିକଟ ବିନ୍ଧିଗୁଡା ଗାଁ ନିକଟରେ ଦୁର୍ଘଟଣା ହୋଇଛି । ଖବର ପାଇ ପୁଲିସ ଓ ଜିଆରପି ପହଞ୍ଚି ଉଦ୍ଧାର କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର