ଟ୍ରେନ ଦୁର୍ଘଟଣା: ଭଦ୍ରକ ମେଡ଼ିକାଲରେ  ୭୯ ଗୁରୁତର

ଭଦ୍ରକ: ଭଦ୍ରକ ମେଡ଼ିକାଲରେ  ଗତକାଲି ରାତି  ଓ ଆଜି ଦିନ ସୁଦ୍ଧା ମୋଟ ୭୯ ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କର ଦେହାନ୍ତ ହୋଇଯାଇଛି। ଭଦ୍ରକରେ ଚିକିତ୍ସା ହେଉଥିବା   ୧୪ ଜଣ ଗୁରୁତର ଆହତଙ୍କୁ କଟକ ବଡ଼  ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏବେ ଏଠାରେ ୬୩ ଜଣ ଆହତଙ୍କୁ ରଖାଯାଇ ଚିକିତ୍ସା ସେବା ଯୋଗାଇ ଦିଆ ଯାଇଛି। ଭଦ୍ରକ ମେଡ଼ିକାଲ ରେ 25 ଜଣ ଡାକ୍ତର ଟିମ୍ ଏଠାରେ ଆହତଙ୍କ ସେବାରେ ଲାଗିଛନ୍ତି। ପ୍ରକାଶ ଥାଉ କି, ବାଲେଶ୍ଵରର ବାହାନଗା ଠାରେ ଟ୍ରେନ ଦୁର୍ଘଟଣାରେ ଗୁରୁତ୍ଵ ର ଭାବରେ ଆହତ ହୋଇ ଥିବା ଲୋକଙ୍କୁ ରାଜ୍ୟର ବିଭିନ୍ନ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ  ସୋର ର ନିକଟତର ମେଡ଼ିକାଲ ହେଉଛି  ଭଦ୍ରକ ଡାକ୍ତରଖାନା। ସେହି ଦୃଷ୍ଟିରୁ ଭଦ୍ରକ ମେଡ଼ିକାଲକୁ ଆହତଙ୍କୁ ସ୍ଥାନାନ୍ତର କରାଯାଇଛି।

ଏଠାରେ ଆହତଙ୍କୁ ଚିକିତ୍ସିତ କାଟିବା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବନ୍ଦରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ ପାତ୍ର ଓ ଅନ୍ୟ  ଅଧିକାରୀ ମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତକାଲି ରାତିଠାରୁ ଜିଲ୍ଲାପାଳ ଶ୍ରୀ ବନ୍ଦର ଭଦ୍ରକ  ଡ଼ାକ୍ତରଖାନାରେ ରହି ଆହତଙ୍କ ଚିକିତ୍ସା ସମ୍ପର୍କରେ ଟିକି ନିଖି ପଚାରି ବୁଝି ଛନ୍ତି। ଭଦ୍ରକ ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ଆହତ ମାନଙ୍କ ମଧ୍ୟରେ ଭଦ୍ରକ ଅପର୍ତ୍ତ୍ତିବିନ୍ଧା ର ତିଳକ ସାହା, ଅଜୟ ବାରିକ , ଭଦ୍ରକ ଜଲଙ୍ଗା, ସୌମ୍ୟ ରଂଜନ ସେଠୀ , ବନ୍ତ, ସଞ୍ଜୟ ଦତ୍ତ, ଭଦ୍ରକ ସହାପୂର୍, ଏସ କେ ଅବଦୁଲ ଖାଲିକ ପୁରୁଣା ବଜାର , ନୂଆସାହି , ଭଦ୍ରକ, ସୌମ୍ୟ ରଞ୍ଜନ ଦାସ ଇଚ୍ଛାପୁର, ଅପର୍ଣ୍ଣା ମାନା, ଚରମ୍ପା, ପ୍ରକାଶ ରଞ୍ଜନ ପୋଥାଳ, ଜକଙ୍ଗା, ହରସତ୍ ପ୍ରସାଦ , ଝାଡ ଖଣ୍ଡ, ସ୍ୱାଉନ ଖାତୁନ , ପଶ୍ଚିମବଙ୍ଗ, ସୁରେଶ ସାହୁ, ଦୋଲାସାହି, ତିହିଡି, ଭଦ୍ରକ, ନିରଞ୍ଜନ ଖୁଣ୍ଟିଆ, ମାଉଦା , ଭଦ୍ରକ, ନୀଳାମ୍ବର ପତି , ବ୍ରହ୍ମପୁର, ଲିଓନିନ ମାନା ଚେନ୍ନଇ, ରାଜେଶ ଶେଖର , ଚେନାଇ, ମୋହନ ସାହାଣୀ, ବିହାର, ଏସ କେ ସୁଲେମାନ , ପଶ୍ଚିମ ବଙ୍ଗ, ସରୋଜ ସ୍ବାଇଁ, ମହେଶ ସାମଲ,  ମନ୍ତାଲ ଦେ, ପଶ୍ଚିମ ବଙ୍ଗ, ସୁବାସିଶ ପତ୍ରୀ  ଦୀପିକା କୁମାରୀ, ଜିତେନ୍ଦ୍ର କୁମାର, ୟୁପି, ଆର୍ମାନ  ଏସ କେ ପଛିମ ବଙ୍ଗ , ଲାଲୁ ଦାସ, ଭଦ୍ରକ, ସଞ୍ଜୀବ କୁମାର ତ୍ରିପାଠୀ, ଚରମ୍ପା, ଅବିନାଶ କୁମାର , ହାଇଦ୍ରାବାଦ, ପପୁନ ଏମ୍ ଡି, ମୁର୍ଶିଦାବାଦ ଅଞ୍ଚଳ ର ଲୋକ ବୋଲି ଜଣା ପଡ଼ିଛି। ଅନେକ ଆହତଙ୍କ ର କୌଣସି ଠିକଣା ଜଣା ପଡୁ ନଥିବା ବେଳେ ସେମାନଙ୍କ ସମ୍ପର୍କୀୟଙ୍କ ସହ କୌଣସି ପ୍ରକାର ଯୋଗ ଯୋଗ କରାଯାଇ ପାରୁ ନାହିଁ। ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ବେଳେ ଗୁରୁତର ଅସୁସ୍ଥ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ମେଡ଼ିକାଲ ରେ ରହିଥିବା ରୋଗୀଙ୍କ ଭିତରେ ଅନେକ  ଆହତ ନିଜର ସମ୍ପର୍କୀୟଙ୍କ ସହ କଥା ହେଉଥିବା ବେଳେ ଆଉ କିଛି ଆହତ ନିଜର ସାଙ୍ଗ ସାଥିଙ୍କୁ ଦୁର୍ଘଟଣାରେ ହରାଇ ଥିବା ବେଳେ ଦୁଃଖରେ ଆଖିରୁ ଲୁହ ଗଡସୁ ଛନ୍ତି।

ପାଖ ସାଇଟରେ ବସି ଟ୍ରେନ ରେ ଯାତ୍ରା କରୁଥିବା ବେଳେ ଜଣେ ଶବ ହୋଇ ଫେରୁଛି। ଆଉ ଜଣେ ଡାକ୍ତର ଖାବାରେ ଗୁରୁତର ଭାବରେ ଚିକିତ୍ସିତ ହେଉଛନ୍ତି। ମୁର୍ଶିଦାବାଦ ର ଯୁବକ ସୁନିଲ ରାମ ଭଦ୍ରକ  ମେଡ଼ିକାଲ ରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କର  ସାଙ୍ଗ ମାନା ମହନ୍ତ ର  ଖବର କିଛି ମିଳୁନି। ମାନା ଜୀବିତ ଅଛି ନା ତାର ମୃତୁ ଘଟିଛି। ସେ କଥା ସେ ଜାଣି ପାରୁନି। ମୋବାଇଲ ଫାନୋ କୁ ଫୋନ୍ କଲେ ଫୋନ୍ ଉଠାଉ  ନାହିଁ। ଏଭଳି ଅବସ୍ଥାରେ ଭଦ୍ରକ ରେ ଚିକିତ୍ସିତ ହେଉଛି ସୁନିଲ ରାମ। ସୁନିଲ ଆଖିରୁ ଦୁଃଖୁ ନି ଲୁହ। ଆଜି ଭଦ୍ରକ ମେଡିକାଲ୍ ରେ ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର