ମନ୍ଦିର ଯାଉଥିବା ବେଳେ ଟ୍ରେନ୍‌ ଧକ୍କାରେ ଡିଏସ୍‌ପି ପତ୍ନୀଙ୍କ ମୃତ୍ୟୁ

ବ୍ରହ୍ମପୁର: ଗୋପାଳପୁର ଓଭରବ୍ରିଜ୍‌ ରେଳ ଧାରଣା ପାଖରୁ ଗୁରୁବାର ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ଗଜପତି ଜିଲ୍ଲାର ଡିଏସ୍‌ପିଙ୍କ ପତ୍ନୀ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁରସ୍ଥିତ ବୈଦ୍ୟନାଥପୁର ଥାନା ଖଡ଼ାସିଂ କଳିଙ୍ଗବିହାରଠାରେ ଡିଏସ୍‌ପି ସ୍ୱାମୀ ଅନିଲ ପ୍ରଧାନଙ୍କ ସହ ସୁଷମା ପ୍ରଧାନ ରହୁଥିଲେ। ଗତକାଲି ସନ୍ଧ୍ୟାରେ ସୁଷମା ପ୍ରଧାନ ନିକଟସ୍ଥ ମନ୍ଦିରକୁ ଯାଉଛନ୍ତି କହି ଘରୁ ବାହାରି ଆସିଥିଲେ। ମନ୍ଦିର ଯିବା ବାଟରେ ଏକ ରେଳଧାରଣା ପଡ଼େ, ସେ ସେହି ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଟ୍ରେନ୍‌ ଧକ୍କାରେ ସୁଷମାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପରିବାରଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲା।ସୁଷମାଙ୍କ ମୃତ୍ୟୁ ଖବର ପାଇବା ପରେ ଡିଏସ୍‌ପିଙ୍କ ପରିବାରରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଛି।

Aurangabad train accident news: 16 die as train runs over tired ...
Times of India

ତେବେ ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖି ସୁଷମା ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ବି ସନ୍ଦେହ କରାଯାଉଛି। ବାସ୍ତବରେ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ସେ ସମ୍ପର୍କରେ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

ସମ୍ବନ୍ଧିତ ଖବର