ବ୍ରହ୍ମପୁର: ରଖେ ହରି ତ ମାରେ କିଏ। ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ସେଣ୍ଟ୍ରାଲ ମୁମ୍ବାଇରେ। ଯେଉଁଠି ଜଣେ ବୟସ୍କ ବ୍ୟକ୍ତି ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ବୟସ୍କ ବ୍ୟକ୍ତି ଜଣକ ଷ୍ଟେସନ୍ରେ ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ମାଡ଼ି ଆସୁଥିଲା। ଟ୍ରେନ୍ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍କୁ ତୁରନ୍ତ ବ୍ରେକ୍ ମାରିଥିଲେ। ହେଲେ ବ୍ରେକ୍ ମାରୁ ମାରୁ ବୃଦ୍ଧ ଜଣକ ପ୍ରାୟତଃ ଟ୍ରେନ୍ ଇଞ୍ଜିନ୍ ତଳକୁ ଚାଲି ଆସିଥିଲେ। ଆଶ୍ଚର୍ଯ୍ୟର କଥା, ଇଞ୍ଜିନ ତଳେ ବୃଦ୍ଧ ଜଣକ ଅକ୍ଷତ ଥିଲେ। ବହୁ କଷ୍ଟରେ ବୃଦ୍ଧଙ୍କୁ ସେଠୁ ବାହାର କରିଥିଲେ ପାଇଲଟ୍ ଏବଂ ରେଳ କର୍ମଚାରୀ। ବୟସାଧିକ କାରଣରୁ ବୃଦ୍ଧଙ୍କ ଶୁଣିବା ସମସ୍ୟା ଯୋଗୁଁ ସେ ଟ୍ରେନ୍ ହର୍ନ ଶୁଣିପାରି ନଥିଲେ। ତେବେ ଟ୍ରେନ୍ ଚାଳକ ସୁକାନ୍ତ ପ୍ରଧାନଙ୍କ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିଛନ୍ତି। ସୁକାନ୍ତଙ୍କ ଘର ଗଞ୍ଜାମ ଜିଲ୍ଲାର ଅରୁଣପୁରରେ। ସେ ସେଣ୍ଟ୍ରାଲ୍ ମୁମ୍ବାଇରେ ଲୋକୋ ପାଇଲଟ୍ ଭାବେ ନିୟୋଜିତ ଅଛନ୍ତି। ତାଙ୍କର ଏହି କାର୍ଯ୍ୟଦକ୍ଷତା ଯୋଗୁଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଫୋନ୍ରେ ପ୍ରଶଂସା କରିଛନ୍ତି।
ଟ୍ରେନ୍ ଅଟକାଇ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଚାଳକ
/sambad/media/post_attachments/wp-content/uploads/2021/07/IMG-20210723-WA0036-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)