ଖୁବଶୀଘ୍ର କେନ୍ଦ୍ରାପଡ଼ାକୁ ଟ୍ରେନ୍‌ ଚାଲିବ, ପରୀକ୍ଷାମୂଳକ ଭାବେ ଗଡ଼ିଲା କାର୍‌ ଟାଓ୍ଵାର

କେନ୍ଦ୍ରାପଡ଼ା:  ଖୁବଶୀଘ୍ର କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । କେନ୍ଦ୍ରାପଡ଼ାକୁ ରେଳ ଚଳାଚଳ ଲାଗି ପ୍ରସ୍ତୁତି .ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ହରିଦାସପୁର-ପାରାଦ୍ୱୀପରେ ରୁଟରେ ଟ୍ରାକର ପରୀକ୍ଷା ଲାଗି  କାର୍‌ ଟାଓ୍ଵାର ଗଡ଼ିଛି। ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ୱୀପରେ ରୁଟରେ କାର୍‌ ଟାଓ୍ଵାର ରେଳବାଇ ବୈଷୟିକ ଟିମର ଉପସ୍ଥିତିରେ ଗଡ଼ିଛି । ଟ୍ରାକ୍‌ରେ ଟ୍ରେନ୍‌ ଚାଲିବା ପୂର୍ବରୁ ରେଳଧାରଣା ଓ ବିଦ୍ୟୁତିକରଣ ଠିକ୍‌ ଅଛି କି ନାହିଁ ତାହା କାର୍‌ ଟାଓ୍ଵାର ପ୍ରଥମେ ପରୀକ୍ଷା କରିଥାଏ।

୧୯୯୯ରୁ ପାରାଦ୍ୱୀପ-ହରିଦାସପୁର ରେଳ ପ୍ରକଳ୍ପର ପାଇଁ ଶିଳାନ୍ୟାସ ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା।  ୮୨ କିଲୋମିଟରର ଏହି ପ୍ରକଳ୍ପରେ ୩ଟି ଜିଲ୍ଲା ଯାଜପୁର,କେନ୍ଦ୍ରାପଡା ଓ ଜଗତସିଂହପୁର ଦେଇ ଟ୍ରେନ ଚଳାଚଳ କରିବ । ଗତ କିଛି ବର୍ଷ ହେବ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଥିଲା ।  ଶିଳାନ୍ୟାସର ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ମାଟିରେ କାର ଟାଓ୍ଵାର ଗଡ଼ିଛି।

ସମ୍ବନ୍ଧିତ ଖବର