ସମ୍ବଲପୁର: ହୀରାକୁଦ-ଗୋଡ଼ଭଗା ମଧ୍ୟରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁର୍ଲା ବେହେରାଟିକ୍ରାର ସଞ୍ଜୟ ମଲ୍ଲିକ(୩୨)। ଗୁରୁବାର ରାତି ୧୧ଟା ପାଖାପାଖି ସଞ୍ଜୟ ରେଳ ଧାରଣା ପାର କରୁଥିବା ବେଳେ ଧାନବାଦ-ଆଲେପି ଏକ୍ସପ୍ରେସ୍(୧୩୩୫୧) ତାଙ୍କୁ ଧକ୍କା ଦେଇଥିଲା।
ଟ୍ରେନ୍ର ଲୋକୋ ପାଇଲଟ୍ଙ୍କ ରିପୋର୍ଟ ପରେ ସମ୍ବଲପୁର ଜିଆରପି ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/20.jpg)