ମାଲବାହୀ ଟ୍ରେନ୍‌ ଧକ୍କାରେ ଯୁବକ ମୃତ

ବ୍ୟାସନଗର : ଯାଜପୁରରୋଡ ରେଳଷ୍ଟେସନରେ ଆଜି ଜଣେ ଯୁବକଙ୍କର ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଛି। ମୃତ ଯୁବକ ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ପଦ୍ମପୁର ଗ୍ରାମର ବସନ୍ତ ପଣ୍ଡାଙ୍କ ପୁଅ ପ୍ରକାଶ(୨୮)। ପ୍ରକାଶ ପ୍ଲାଟଫର୍ମରେ ରେଳଧାରଣା ପାର ହେବାବେଳେ ଗୋଟିଏ ମାଲବାହୀ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଯାଜପୁରରୋଡ ଜିଆରପି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଭଦ୍ରକ ଜିଆରପି ଥାନାରେ ଏନେଇ କେସ୍‌ ନମ୍ବର ୮/୨୧ ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର