ରାୟଗଡ଼ା-କୋରାପୁଟ ରେଳଲାଇନରେ ପଥର ଖସିଲା: ୩ ଟ୍ରେନ୍‌ ଚଳାଚଳ ପ୍ରଭାବିତ, ସମ୍ବଲପୁର-ନାନ୍ଦେଡ ଏକ୍ସପ୍ରେସ ବାତିଲ

ଜୟପୁର: ରାୟଗଡ଼ା-କୋରାପୁଟ କେଆର ରେଳଲାଇନରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟିଅତଡା ଖସି ଧାରଣା ଉପରେ ପଡିଥିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବରିଷ୍ଠ ବାଣିଜ୍ୟିକ ପରିଚାଳକ ଏକେ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟ୍ରେନ ନମ୍ବର ୦୮୫୪୬ ବିଶାଖାପାଟନମ୍-କୋରାପୁଟ ଟ୍ରେନ୍ ବିଶାଖାପାଟନମ୍ ୧୪ତାରିଖରେ ଛାଡ଼ିବାକୁ ଥିବାବେଳେ ରାୟଗଡା ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ରାୟଗଡା ଠାରୁ ବିଶାଖାପାଟନମ୍‌କୁ ୦୮୫୪୫ ଭାବରେ ଫେରିଥିଲା।

ଟ୍ରେନ ନମ୍ବର ୦୮୫୪୫ କୋରାପୁଟ-ବିଶାଖାପାଟନମ୍ ଟ୍ରେନ ୧୪ ତାରିଖରେ କୋରାପୁଟ ଛାଡି ସିକରପାଇରେ ରହି ପରେ ଶିଖରପାଇରୁ କୋରାପୁଟକୁ ୦୮୫୪୬ ଭାବରେ ଫେରି ଆସିଥିଲା । ​ଟ୍ରେନ ନମ୍ବର ୧୮୧୮୯ ଟାଟା-ଏର୍ନାକୁଲମ୍ ଏକ୍ସପ୍ରେସ ସମ୍ବଲପୁର, ଅନୁୁଗୁଳ, ଖୋର୍ଦ୍ଧା ରୋଡ଼, ବିଜୟନଗରମ୍‌ ଦେଇ ଡାଇଭର୍ଟ ରୁଟରେ ୧୪ ତାରିଖରେ ଚାଲିବ। ସେହିପରି ଟ୍ରେନ ନମ୍ବର ୨୦୮୦୯ ୧୪ତାରିଖରେ ସମ୍ବଲପୁର-ନାନ୍ଦେଡ ଏକ୍ସପ୍ରେସ ବାତିଲ କରାଯାଇଛି। ବିଭାଗୀୟ ଅଧିକାରୀମାନେ ସିକରପାଇ ଷ୍ଟେସନ ଠାରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରିଥିବାବେଳେ ଯଥା ଶୀଘ୍ର ଟ୍ରେନ ସେବାକୁ ଚଳାଚଳ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ରାୟଗଡ଼ା-କୋରାପୁଟ କେଆର ରେଳଲାଇନରେ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟିଅତଡା ଖସି ଧାରଣା ଉପରେ ପଡି ଯାଇଥିବାରୁ ଦୀର୍ଘ ୪ ଘଣ୍ଟା ପାଇଁ ୪ଟି ରେଳ ଚଳା ଚଳ ଏକ ରକମ ଠପ ହୋଇଯାଇଥିଲା। ଆଜି ସକାଳୁ ସିକରପାଇ ଓ କେଉଟଗୁଡ଼ା ମଧ୍ୟରେ ଥିବା ଯମଗୁଡା ଗ୍ରାମର ୩୪ ନମ୍ବର ତନାଲ ନିକଟରେ ମାଟି ଅତଦା ବଡ଼ ଗଛ ରେଳ ଧାରଣା ଓ ବିଜୁଳି ତାର ଉପରେ ପଡି ଯାଇଥିବାରୁ ଏହି ସମସ୍ୟା ଉପୁଜିଥିଲା।

ସମ୍ବନ୍ଧିତ ଖବର