ରାଉରକେଲା : ବନ୍ଧମୁଣ୍ଡା କୁକୁଡା ରେଳଫାଟକ ନିକଟରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ମାଲ୍ଗାଡି ପ୍ରାୟ ଅଢ଼େଇ ଘଣ୍ଟା ଅଟକ ରହିଥିଲା। ଫଳରେ ମୁମ୍ବାଇ-ହାୱଡା ମୁଖ୍ୟ ମାର୍ଗରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାଉରକେଲା ଦେଇ ଯାଉଥିବା ତପସ୍ବିନୀ ଏକ୍ସପ୍ରେସ୍, ଗୀତାଞ୍ଜଳି ଏକ୍ସପ୍ରେସ୍ ଓ ଧାନବାଦ୍ ଆଲେପି ଆଦି ଯାତ୍ରୀବାହୀ ଟ୍ରେନ୍ ଅଢ଼େଇ ଘଣ୍ଟା ବିଳମ୍ବରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। କେବଳ ଏତିକି ନୁହେଁ ବନ୍ଧମୁଣ୍ଡା କୁକୁଡା ଗେଟ୍ର ଉଭୟ ପାର୍ଶ୍ବରେ ଶହ ଶହ ଗାଡିଗୁଡ଼ିକର ଲମ୍ବା ଲାଇନ ଲାଗିଥିଲା। ଅର୍ଥାତ୍ ବନ୍ଧମୁଣ୍ଡା-ବିଶ୍ରା ମୁଖ୍ୟ ରାସ୍ତାରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଗାଡି ଚାଳକଙ୍କୁ ଯେତିକି ସମସ୍ୟାରେ ସମ୍ମୁଖୀନ ହୋଇଥିଲେ, ତା’ଠାରୁ ଢ଼େର ହଇରାରଣ ହରକତ ହୋଇଥିଲେ ଟ୍ରେନ୍ରେ ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀ। ରାଉରକେଲାରୁ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯିବାକୁ ଶହ ଶହ ଯାତ୍ରୀ ଓ ତାଙ୍କ ପରିବାର ଷ୍ଟେସନରେ ଅଟକି ରହିଥିଲେ। ମାଲ୍ଗାଡ଼ି ଛାଡିବା ପରେ ମୁମ୍ବାଇ-ହାୱଡା ମୁଖ୍ୟ ମାର୍ଗରେ ଯାତାୟତ ସ୍ବାଭାବିକ ହୋଇଥିଲା। କାହିଁକି ଓ କେଉଁ ପରିସ୍ଥିତିରେ ମାଲ୍ଗାଡ଼ି ଏତେ ସମୟ ରହିଲା ? ଏଥିପାଇଁ ମାଲ୍ଗାଡି ଚାଳକ ନା ଅନ୍ୟ କେଉଁମାନେ ଦାୟୀ ? ବିଭାଗୀୟ ଉଚ୍ଚ ଅଧିକାରୀ ତା’ର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତବାକ ବିଶ୍ରା ପଟୁ ରାଉରକେଲା ଆଡକୁ ଆସୁଥିବା ମାଲଗାଡ଼ି ବନ୍ଧମୁଣ୍ଡା କୁକୁଡା ରେଳଫାଟକ ନିକଟରେ ହଠାତ୍ ଅଟକି କରାଯାଇଥିଲା। ଘଣ୍ଟା କି ଦୁଇ ଘଣ୍ଟା ନୁହେଁ ପ୍ରାୟ ଅଢ଼େଇ ଘଣ୍ଟା ଛିଡା ହୋଇଥିବାରୁ ରେଳଫାଟକ ବନ୍ଦ ରହିଥିଲା। ବନ୍ଧମୁଣ୍ଡାରୁ ବିଶ୍ରା, ନୂଆଗାଁ ସମେତ ମନୋହରପୁର ଓ ଝାଡ଼ଖଣ୍ଡ ଆଦି ଅଞ୍ଚଳକୁ ଯାତାୟତ କରୁଥିବା ଯାତ୍ରୀମାନେ ବସ୍ଗୁଡ଼ିକ ମଧ୍ୟ ଜାମ୍ ଭିତରେ ଫସି ରହିଥିଲା।
ରେଳଫାଟକରେ ଫସି ରହିଲା ମାଲ୍ଗାଡ଼ି, ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଲା ତପସ୍ବିନୀ
/sambad/media/post_attachments/wp-content/uploads/2022/06/WhatsApp-Image-2022-06-13-at-10.08.53-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)