କରୋନା ପାଇଁ ୪ ସ୍ବତନ୍ତ୍ର ଟ୍ରେନ୍ ୧୫ ଦିନ ପାଇଁ ଚଳାଚଳ ବନ୍ଦ

ଜୟପୁର: କରୋନା ଦ୍ବିତୀୟ ଲହର ଆସିଥିବା ବେଳେ ପଜିଟିଭ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ୪ଟି କୋଭିଡ୍ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଉପରେ ରୋକ ଲାଗିଛି। ପୂର୍ବ ତଟ ରେଳପଥ କାର୍ୟ୍ୟାଳୟର ନିଷ୍ପତ୍ତି କ୍ରମେ ଏହି ଟ୍ରେନକୁ ୧୫ ଦିନ ଚଳାଚଳ ବନ୍ଦ ରହିବା ନେଇ ବିଶାପାଖଟଣା ଡିଭିଜିନାଲ୍ ରେଲୱେ ମ୍ୟାନେଜର ସୂଚନା ଦେଇଛନ୍ତି। ଏହି ୪ଟି ଏକ୍ସପ୍ରେସ ଟ୍ରେନ କୋରାପୁଟ ଜିଲ୍ଲାରେ ଦେଇ ପ୍ରତିଦିନ ଚଳାଚଳ କରୁଥିବା ବେଳେ ସେଥିରେ ଭୁବନେଶ୍ବର-ଜଗଦଲପୁର, ଜଗଦଲପୁର-ଭୁବନେଶ୍ବର, ବିଶାଖାପାଟଣା-କିରଣ୍ଡଲ ଓ କିରଣ୍ଡଲ- ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ରହିଛି।

ଭୁବନେଶ୍ବର-ଜଗଦଲପୁର (୦୮୪୪୫) ସ୍ବତନ୍ତ୍ର ଟ୍ରେନ ଆସନ୍ତା ୮ ତାରିଖ ଠାରୁ ମେ ମାସ ୨୨ ତାରିଖ ପର୍ଯ୍ୟନ୍ତ, ଜଗଦଲପୁର-ଭୁବନେଶ୍ବର (୦୮୪୪୬) ସ୍ବତନ୍ତ୍ର ଟ୍ରେନ ୯ ତାରିଖ ଠାରୁ ମେ ମାସ ୨୩ ତାରିଖ ପର୍ଯ୍ୟନ୍ତ, ବିଶାଖାପାଟଣା-କିରଣ୍ଡଲ (୦୮୫୧୬) ସ୍ବତନ୍ତ୍ର ଟ୍ରେନ ୭ ତାରିଖ ଠାରୁ ମେ ମାସ ୨୧ ତାରିଖ ପର୍ଯ୍ୟନ୍ତ ଓ କିରଣ୍ଡଲ-ବିଶାଖାପାଟଣା (୦୮୫୧୫) ସ୍ବତନ୍ତ୍ର ଟ୍ରେନ ୮ ତାରିଖ ଠାରୁ ମେ ମାସ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନେଇ ସୂଚନା ମିଳିଛି। କରୋନା ପ୍ରଥମ ଲହର ସମୟରେ ସମସ୍ତ ଟ୍ରେନ ବାତିଲ ହୋଇଯାଇଥିବା ବେଳେ କୋରାପୁଟ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥି‌ଲେ। ଏହି ଟ୍ରେନ ଚଳାଚଳକୁ ପୁନଃଆରମ୍ଭ ନକଲେ ସ୍ଥାନୀୟ ଲୋକେ ରାଜଧାନୀକୁ ଯାତାୟତରେ ବହୁ ଖର୍ଚ୍ଚାନ୍ତ ସହ ଅସୁବିଧାର ସମୁଖୀନ ହେବା ନେଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର