ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ ଦିନିକିଆ ତାଲିମ ଶିବିର

କୋରାପୁଟ: ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ, କୋରାପୁଟ ଉପ ଜିଲ୍ଲାପାଳ ଲଲିତ କୁମାର କହଁର ଓ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଯୋଗଦେଇ ଗ୍ରୀଷ୍ମ ପ୍ରବାହ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ, ଏଡିପିଏଚଓ ଡାକ୍ତର ପ୍ରଶାନ୍ତ କୁମାର ସାମଲ ଓ ବିପର୍ଯ୍ୟୟ ବିପଦ ହ୍ରାସ ପରାମର୍ଶଦାତା ଅସୀମ କୁମାର ମହାପାତ୍ର ଯୋଗଦେଇ ଗ୍ରୀଷ୍ମ ପ୍ରବାହ ପରିଚାଳନା ନିମନ୍ତେ କି ପ୍ରକାର ପଦକ୍ଷେପ ନେବାକୁ ହେବ ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।

Sambad

ଅଂଶୁଘାତର ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମେଡ଼ିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡାକ୍ତର ପ୍ରଶାନ୍ତ କୁମାର ସାମଲ ସୂଚନା ଦେଇଛନ୍ତି। ଜିଲ୍ଲାର ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଦିନିକିଆ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ। କୋରାପୁଟ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜରୁରୀକାଳୀନ ବିଭାଗର ପିକେ ସାମଲ ଓ ସତ୍ୟ ନାରାୟଣ ଦଲେଇ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର