ରାୟଗଡା: ରାୟଗଡା ସ୍ଥିତ ଜିଲ୍ଲା ପରିଷଦ ସଦଭାବନା ଗୃହରେ ଗୁରୁବାର ଜିଲ୍ଲା ପୁଲିସ ତରଫରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ସାଇବର ସୁରକ୍ଷା-୨୦୨୩ ସମ୍ପର୍କୀତ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଏସପି ବିବେକାନନ୍ଦ ଶର୍ମା ଉପସ୍ଥିତ ରହି କିପରି ଲୋକେ ସାଇବର ଠକେଇରୁ ସୁରକ୍ଷା ପାଇବେ ସେନେଇ ସଚେତନ କରାଇଥିଲେ। ଆସନ୍ତା ଅକ୍ଟୋବର ୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏକ ସଚେତନତା ରଥ ବୁଲିବା ସହ ଜିଲ୍ଲାର ସମସ୍ତ ଗଳିକନ୍ଦିରେ ସଚେତନତା ସୃଷ୍ଟି କରାଯିବ ବୋଲି କୁହାଯାଇଛି। ୨ ତାରିଖରୁ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ୟକ୍ରମ ରଖାଯାଇଛି। ଆସନ୍ତ ୧୫ ତାରିଖରେ ଏହା ସମାପ୍ତ ହେବ। ଲୋକେ ସଚେତନ ହେଲେ ସାଇବର ଠକେଇରୁ
ବର୍ତ୍ତିପାରିବେ ବୋଲି କୁହାଯାଇଛି। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ପୁଲିସ କହିଛି। ସାଇବର ଠକେଇକୁ ଦୂର କରାଯାଇ ପାରିବ। ନିଜେ କୌଣସି ଠକେଇ ହେବା ପୂର୍ବରୁ ସତର୍କ ରହିଲେ କିଛି ବି ଘଟିବା ଅସମ୍ଭବ। ବିଭିନ୍ନ ସମୟରେ ପିଲାଠାରୁ ଆରମୃ କରି ମହିଳା, ବୃଦ୍ଧମାନଙ୍କୁ ସହଜରେ ସାଇବର ଲୁଟେରା ମାନେ ନିଜର ଜାଲରେ ଫସେଇ ଲକ୍ଷାଧିକ ଟଙ୍କା ଲୁଟ କରି ନେଇ ଯାଉଛନ୍ତି।
ଯାହାକୁ କାବୁ କରିବା ଏତେ ସହଜ ନୁହେଁ। ତେଣୁ ନିଜେ ସତର୍କ କିପରି ରହିବେ ସେନେଇ ପୁଲିସ ସଚେତନ କରାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଆସନ୍ତା ୨ ତାରିଖରୁ ଏକ ସଚେତନତା ରଥକୁ ଶୁଭ ଉଦଘାଟନ କରିବେ ବୋଲି କୁହାଯାଇଥିଲା। ଯାହା ସାରା ରାଜ୍ୟରେ ସାଇବର ଠକେଇକୁ ନେଇ ଲୋକ ମାନଙ୍କୁ ସଚେତନ କରାଇବ। ଫୋନରେ କୌଣସି ଓଟିପି କିମ୍ବା କୌଣସି ସାଇଡକୁ ଗଲେ ଅଯଥାରେ କିଛି ବି କ୍ଲିକ କରନ୍ତୁ ନାହିଁ। ନଚେତ ଅତି କମ୍ ସମୟରେ ସାଇବର ଲୁଟେରା ଲୋକଙ୍କର ସମସ୍ତ ବିବରଣୀ ଜାଣି ଲୁଟ କରିପାରେ। ନଜକୁ କେବେ ହେଲେ ସୁରକ୍ଷିତ ଭାବିବା ଭୁଲ ବୋଲି କୁହାଯାଇଥିଲା।କୌଣସି ସମସ୍ୟା ହେଲେ ୧୯୩୦କୁ ତୁରନ୍ତ ଫୋନ କରିବାକୁ କୁହାଯାଇଛି। କୌଣସି ଅନ୍ତରଙ୍ଗ ଫଟୋକୁ ଉଠାଉଥିଲେ ବା ତାକୁ ମୋବାଇଲରେ ରଖିଲେ ତାହା ଭାଇରାଲ ହୋଇପାରେ। ସତର୍କ ରହି ନିଜର ଅନ୍ତରଙ୍ଗ ଫଟୋକୁ ରଖନ୍ତୁ। ନିଜେ ସଚେତନ ହୋଇ ଅନ୍ୟକୁ ମଧ୍ୟ ୭ସଚେତନ କରାନ୍ତୁ ବୋଲି କୁହାଯାଇଛି।