ଜୟପୁର ଉପଖଣ୍ଡ କାରାଗାରରେ ଧନ୍ଦାମୂଳକ ତାଲିମ ଶିବିର ଉଦଘାଟିତ

ଜୟପୁର: ଜୟପୁର ଉପଖଣ୍ଡ କାରାଗାରରେ ରହୁଥିବା ଅନ୍ତେବାସୀଙ୍କୁ ଜନଶିକ୍ଷଣ ସଂସ୍ଥାନ ପକ୍ଷରୁ ୪୫ ଦିନିଆ ଧନ୍ଦାମୂଳକ ତାଲିମ ଦିଆଯିବ।ଆଜି ଏହି ତାଲିମ ଶିବିରକୁ ଜିଲ୍ଲାଶିଳ୍ପ କେନ୍ଦ୍ରର ପରିଚାଳକ ଆର୍ କେ ମହାପାତ୍ର ଉଦଘାଟନ କରିଥିଲେ। ଉପକାରାଗାରର ଅଧିକ୍ଷକ ଲଲିତେନ୍ଦୁ ଭୁଷଣ ଦାଶ ଅଧ୍ୟକ୍ଷତା କରିଥିଲେ। ଜନଶିକ୍ଷଣ ସଂସ୍ଥାନର ନିର୍ଦେଶିକା ଡଃ. ରାଚେଲ ରେଭ କୁମାରୀ, କିରଣ କୁମାର ସଂସ୍ଥା ପକ୍ଷରୁ ଦେଉଥିବା ତାଲିମ ସଂପର୍କରେ ଅବଗତ କରାଇଥିଲେ।

ଆନ୍ତେବାସୀ ମାନେ ବିଚାର ପ୍ରକ୍ରିୟାରୁ ମୁକୁଳିବା ପରେ ସମାଜର ମୁଖ୍ୟ ଧାରାରେ ସାମିଲ ହେବାକୁ ଏହି ଧନ୍ଦାମୂଳକ ତାଲିମ ପରେ କାମରେ ଲାଗିବ ବୋଲି ଅତିଥି ଓ ଅଧିକ୍ଷକ ମତ ପ୍ରକାଶ କରିଥିଲେ। ଗୃହ ବୈଦ୍ୟୁତିକ ସାମଗ୍ରୀ ମରାମତି, ଅଗରବତୀ ତିଆରି ଆଦି ତାଲିମ ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ତେବାସୀ ମାନେ ୪୫ ଦିନିଆ ତାଲିମ ନେବା ଏବଂ ବିଚାର ବିଭାଗୀୟ ହାଜତରୁ ନିଜ ମାମଲାରୁ ମୁକୁଳିବା ପରେ ଜିଲ୍ଲାଶିଳ୍ପ କେନ୍ଦ୍ର ସେମାନଙ୍କୁ ଏହି ଧନ୍ଦାମୂଳକ କାମ କରିବା ଦିଗରେ ସହାୟତା ପ୍ରଦାନ କରିବ ବୋଲି ଜିଲ୍ଲା ଶିଳ୍ପାନୁଷ୍ଠାନର ପରିଚାଳକ ପ୍ରତିଶ୍ରୃତି ଦେଇଥିଲେ।

ସମ୍ବନ୍ଧିତ ଖବର