ଜିଲ୍ଲାସ୍ତରୀୟ ସଂସାଧନ କର୍ମୀଙ୍କ ପ୍ରଶିକ୍ଷଣ ଶିବିର

​ଖୋର୍ଦ୍ଧା: ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀକକ୍ଷ ଠାରେ ଦୁଇ ଦିନିଆ ସଂସାଧନ କର୍ମୀଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ସୋମବାର ଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ବିଭିନ୍ନ ଜନହିତକର ଯୋଜନାକୁ ଗ୍ରାମାଞ୍ଚଳର ତୃଣମୂଳସ୍ତରର ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। କଳାକାର ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ହସ୍ପିଟାଲ୍‌ ଯୋଜନା, ମମତା, ମିଶନ ଶକ୍ତି, ମଧୁବାବୁ ପେନ୍‌ସନ ଯୋଜନା, ଅବିବାହିତ କନ୍ୟାଙ୍କ ନିମନ୍ତେ ସ୍ବତନ୍ତ୍ର ଯୋଜନା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏଥିରେ ବିଭିନ୍ନ ବିଭାଗର ଯୋଜନା ସମ୍ପର୍କରେ ସେହି ବିଭାଗର ଅଧିକାରୀ ମାନେ ତଥ୍ୟ ରଖିଥିଲେ। ପିଡିଏଚ୍‌ଓ ଡଃ. ପ୍ରଶାନ୍ତ କୁମାର ଦାଶ, ପ୍ରସନ୍ନ କୁମାର ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ କହିଥିଲେ। ପ୍ରଶିକ୍ଷାର୍ଥୀ ଭାବେ ସିଡିପିଓ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, ବରିଷ୍ଠ କଳାକାର ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର