ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି ପଂଚ ଦିବସୀୟ ତାଲିମ ଶିବିର: ରକ୍ତଦାନ ଶିବିର ଓ ନିଆଁଲିଭା କୌଶଳ

ଜୟପୁର: କୋରାପୁଟ ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି କୋରାପୁଟ ଓ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ମିଳିତ ଅନୁକୁଲ୍ୟରେ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପଂଚ ଦିବସୀୟ ତାଲିମ ଶିବିରର ୪ର୍ଥ ଦିବସରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ନିଆଁ ଲିଭା କୌଶଳ ଅନୁଷ୍ଠିତ ହୋଇଛି। ରକ୍ତଦାନ ଶିବିରରେ ସ୍ବେଚ୍ଛାସେବୀ ମାନେ ଭାଗ ନେଇ ୨୨ୟୁନିଟ୍ ରକ୍ତଦାନ କରିଥିଲେ। ଅପରାହ୍ନରେ ନିଆଁଲିଭା କୌଶଳକୁ ସ୍ଥାନୀୟ ଅଗ୍ନିଶମ ବିଭାଗର ଷ୍ଟେସନ ମାଷ୍ଟର ଚିତ୍ତରଂଜନ ସେଠୀ, କୁମୁଦଚନ୍ଦ୍ର ସାମିଲ, ଶତ୍ରୁଘ୍ନ ବାଗ, ସନ୍ତୋଷ କୁମାର ବେହେରା, କମଳ ଚରଣ ମାଝୀ, ଖଦାଳ ଦଳବେହେରା ପ୍ରମୁଖ ଭାଗ ନେଇ ପ୍ରଶିକ୍ଷଣ ଦେଇଥିଲେ।

Sambad

ନିଆଁର ପ୍ରକାର, ନିଆଁ ଲିଭା ଯନ୍ତ୍ର, କୌଶଳ ଏବଂ ଉଦ୍ଧାର କାର୍ଯ୍ୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ଜିଲ୍ଲା ଶିକ୍ଷାଅଧିକାରୀ ରାମଚନ୍ଦ୍ର ନାହାକ, ସଂପାଦକ ବିପ୍ରଚରଣ ପଣ୍ଡା, ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ଯଞେଶ୍ବର ପଣ୍ଡା, ପ୍ରଧାନଶିକ୍ଷକ ଦିଲ୍ଲୀପ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ରକ୍ତଦାତା ପ୍ରବର୍ତ୍ତକ ପ୍ରମୋଦ କୁମାର ରାଉଳ, ସିୱାର ସଂପାଦକ ପ୍ରତାପ ପଟ୍ଟନାୟକ, ଜୁନିୟର ରେଡକ୍ରସ ସାଧନକର୍ମୀ ଜ୍ୟୋତିରଂଜନ ନନ୍ଦ, ଶୁଭସ୍ମିତା ସାହୁ, ରାଧାଶ୍ୟାମ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର