ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଶଙ୍ଖରେ ଏକ ଲୁହା ବୋଝେଇ ଟ୍ରଲର୍ ଭାରସାମ୍ୟ ହରାଇ ୪୦ ଫୁଟ ପୋଲ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଚାଳକ ଓ ହେଲପର୍ ଏଥିରୁ ବର୍ତ୍ତିଯାଇଛନ୍ତି। ବଡ଼ଶଙ୍ଖରେ ବର୍ତ୍ତମାନ ଗାଡ଼ି ଦୁର୍ଘଟଣା ରୋକିବା ଲାଗି ଗାର୍ଡ଼ୱାଲ୍ ନିର୍ମାଣ କାମ ଜାରି ରହିଛି। ଆଜି ଏହି ଟ୍ରଲର୍ଟି ବିଶାଖାପାଟଣାରୁ ଯାଜପୁର ଯାଉଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ ଜଣେ ମଦ୍ୟପ ଯୁବକ ସାମ୍ନାପଟୁ ଆସିଯିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ଭାରସାମ୍ୟ ହରାଇ ବସିଥିଲେ। ଆଉ ଟ୍ରଲର୍ଟି ୪୦ ଫୁଟ ତଳ ଖାତକୁ ଖସି ପଡ଼ିଥିଲା। କେଶପୁର ଗ୍ରାମର ଜଣେ ଯୁବକ ସଂଗେ ସଂଗେ ପିସିଆର ଭ୍ୟାନ୍ ଓ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଟ୍ରଲର୍ ଭିତରେ ଫସିରହିଥିବା ଚାଳକ ଓ ହେଲପର୍ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।