ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଜିଲ୍ଲା ସ୍ତରୀୟ ଇନ୍ସପେକ୍ଟରଙ୍କ ଅଦଳବଦଳ ହୋଇଛି। ଏହି ବଦଳି ପ୍ରକ୍ରିୟାରେ ମୋଟ ୧୪ ଜଣ ଇନ୍ସପେକ୍ଟର ସାମିଲ୍ ହୋଇଥିବା ବେଳେ ୯ ଥାନାକୁ ନୂଆ ଆଇଆଇସି ମିଳିଛି। ଝାରସୁଗୁଡ଼ା ସଦର ଥାନା ଆଇଆଇସି ଭାବେ ସ୍ବପ୍ନାରାଣୀ ଗୋଚ୍ଛାୟତ, ଏୟାରପୋର୍ଟ ଥାନାଧିକାରୀ ଭାବେ ସୁରୁବାବୁ ଛତ୍ରିଆ, ଲଇକେରା ଥାନାଧିକାରୀ ଭାବେ ଦିଲ୍ଲୀପ ବେହେରା, ରେଙ୍ଗାଲି ଥାନାଧିକାରୀ ଭାବେ କମଳଲୋଚନ ବେହେରା, ଓରିଏଣ୍ଟ ଥାନା ଆଇଆଇସି ଭାବେ ରୋଜାଲିନ୍ ପଟେଲ, ବେଲପାହାଡ଼ ଥାନାଧିକାରୀ ଭାବେ କୃଷ୍ଣଚନ୍ଦ୍ର ମେହେର ଅବସ୍ଥାପିତ ହୋଇଛନ୍ତି।
ବନହରପାଲି ଥାନାଧିକାରୀ ଭାବେ ରଞ୍ଜିତ ନାଏକ, ଝାରସୁଗୁଡ଼ା ଥାନାଧିକାରୀ ଭାବେ ରଞ୍ଜନ ବରିହା ଓ କୋଲାବିରା ଥାନାଧିକାରୀ ଭାବେ ପ୍ରକାଶ କର୍ଣ୍ଣଙ୍କୁ ବଦଳି ହୋଇଛି। ଏହା ସହିତ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଯଶୋବନ୍ତ ନାରାୟଣ ପ୍ରଧାନୀଙ୍କୁ ଇନ୍ସପେକ୍ଟର ଡିସିଆର୍ବି ଭାବେ, ବିରାଲ ଚନ୍ଦ୍ର ସାହିସ୍ଙ୍କୁ ଇନ୍ସପେକ୍ଟର ଆଇୟୁସିଏଡବ୍ଲୁ ଭାବେ, ଇଗ୍ନିସ୍ ବାର୍ଲା ଓ ଅମିତାଭ ପଣ୍ଡାଙ୍କୁ ମୁଖ୍ୟାଳୟ ଇନ୍ସପେକ୍ଟର ଭାବେ ଓ ଯୋଗେଶ୍ବର ଦଣ୍ଡସେନାଙ୍କୁ ଇନ୍ସପେକ୍ଟର ଆଇଏଏଚ୍ଟିୟୁ ଭାବେ ବଦଳି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/11-13.jpg)