ବଦଳିଲେ ବାସେଳିସାହି ସହ ୫ଟି ଥାନାର ଆଇଆଇସି

ପୁରୀ: କେ. ରମେଶ ନାମକ ଜଣେ ଯୁବକ ପୁଲିସ୍ ହେପାଜତରେ ଥିବା ବେଳେ ପ୍ରାଣ ହରାଇଥିଲା। ଏହି ଘଟଣା ପରେ ବାସେଳିସାହି ଥାନା ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣାରେ ପୂର୍ବରୁ ତତ୍‌କାଳୀନ ଏସ୍‌ପି ଅଖିଳେଶ୍ୱର ସିଂଙ୍କୁ ପୁଲିସ୍ ମୁଖ୍ୟକାର୍ଯ୍ୟାଳୟ ଏସ୍‌ପି ଭାବେ ବଦଳି କରାଯାଇଥିଲା। ଏବେବି ଏହି ଘଟଣାର ତଦନ୍ତ ଚାଲିଛି।

ତେବେ ପୁରୀ ହାଜତ ମୃତ୍ୟୁ ଘଟଣା ପରେ ବାସେଳିସାହି ଥାନା ସହ ୫ଟି ଥାନାର ଆଇଆଇସି ଓ ଗୋଟିଏ ଥାନାର ଏସଆଇଙ୍କୁ ବଦଳି କରାଯାଇଛି। ପୁରୀ ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ବଳଙ୍ଗା ଆଇଆଇସି ସଞ୍ଜୀବ ପ୍ରଧାନ ବାସେଳିସାହି ଆଇଆଇସି ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି କୁମ୍ଭାରପଡ଼ା ପୁଲିସ ଷ୍ଟେସନ ଆଇଆଇସି କୁଳମଣି ସେଠୀଙ୍କୁ ବାଲିଆପଣ୍ଡା ପୁଲିସ ଷ୍ଟେସନରେ ଆଇଆଇସି ଭାବେ ନିଯୁକ୍ତି କରାଯାଇଛି।

ଏଥିସହିତ ବାଲିଆପଣ୍ଡା ଆଇଆଇସି ଚିନ୍ମୟ ରାଉତଙ୍କୁ ସମୁଦ୍ରକୂଳ ପୁଲିସ ଷ୍ଟେସନକୁ ବଦଳି କରାଯାଇଥିବା ବେଳେ ସମୁଦ୍ରକୂଳ ପୁଲିସ ଷ୍ଟେସନର ଆଇଆଇସି ବିଚିତ୍ରନନ୍ଦ ସେଠୀଙ୍କୁ କୁମ୍ଭାରପଡ଼ାକୁ ପଠାଯାଇଛି।

କୁମ୍ଭାରପଡ଼ା ଏସଆଇ ସମରେନ୍ଦ୍ର ପାଇକରାଏଙ୍କୁ ବଳଙ୍କା ପୁଲିସ ଷ୍ଟେସନକୁ ଓଆଇସି ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର