ସମ୍ବଲପୁର: ବୁର୍ଲା ଥାନା ଆ-କଟାପାଲିଠାରେ ଏକ କାର୍କୁ ବଞ୍ଚାଇବାକୁ ଯାଇ ଏକ ଟ୍ରକ ରାସ୍ତା ପାର୍ଶ୍ଵରେ ଥିବା ଦୋକାନ ଭିତରକୁ ପଶି ଯାଇଥିଲା। ଏଥିରେ ଦୁଇ ଜଣ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ସକାଳ ପ୍ରାୟ ୬ଟାରେ ଘଟିଛି। ସୂଚନା ଅନୁଯାୟୀ କାର୍ଟି ସମ୍ବଲପୁର ଦିଗରେ ଯାଉଥିଲା। ପଛପଟୁ ଟ୍ରକ୍ (ଡବ୍ଲୁବି-୧୧ଇ-୫୯୨୯) ଦ୍ରୁତ ଗତିରେ ସେଇ ସମାନ ଦିଗରେ ଯାଉଥିଲା। ଏକ ହମ୍ପ୍ସ ନିକଟରେ କାରଟି ବ୍ରେକ୍ ମାରିବାରୁ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଚା’ ଓ ଏକ ଟେଣ୍ଟ୍ ହାଉସ ଦୋକାନ ଭିତରେ ପଶି ଯାଇଥିଲା। ଏଥିରେ ଦୋକାନର ବିଶେଷ କ୍ଷତି ହୋଇଥିବା ବେଳେ ଝାଡୁ କରିବାକୁ ଆସିଥିବା ଦୁଇ ମହିଳା ଆହତ ହୋଇଛନ୍ତି। ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଦୋକାନ ଭିତରେ ପଶିଗଲା ଟ୍ରକ୍, ୨ ମହିଳା ଗୁରୁତର
/sambad/media/post_attachments/wp-content/uploads/2020/11/sbp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)