କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଚିକିତ୍ସା ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ, ମେଡ଼ିକାଲରେ ଉତ୍ତେଜନା 

କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ ଆସିଥିବା ଜଣେ ରୋଗୀଙ୍କ ଚିକିତ୍ସା ଅବହେଳା ପାଇଁ ଜୀବନ ଯାଇ ଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମେଡ଼ିକାଲରେ ଚାପା ଉତ୍ତେଜନା ଦେଖା ଦେଇଛି ।
ସୂଚନାଯୋଗ୍ୟ, ଆଜି ଦିନ ପ୍ରାୟ ୨ଟା ବେଳକୁ କାମାକ୍ଷାନଗର ଥାନା କାନପୁରା ଗାଁର ଫକୀର ମୋହନ ରାଉତଙ୍କ ପୁଅ ସରୋଜ କୁମାର ରାଉତ (୪୨ବର୍ଷ) ଦେହ ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରାଯାଇଥିଲା । ଏଠାରେ ଜଣେ ଡାକ୍ତରଙ୍କ ମାଧ୍ୟମରେ ଚିକିତ୍ସା କରାଇବା ପରେ ମେଡ଼ିକାଲରେ ଅଧିକ ଚିକିତ୍ସା କରାଇବା ପାଇଁ କହିଥିଲେ ।

ତେବେ ଅକ୍ସିଜେନ ଲଗାଇବା ପାଇଁ ଡାକ୍ତର କହିଥିବା ବେଳେ ଅକ୍ସିଜେନ ନଥିବା ସିଲିଣ୍ଡର ଲଗାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ମେଡ଼ିକାଲରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଘଟଣାସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ ଅଭିନବ ଡାଳୁଆ ପହଞ୍ଚି ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର