ଛତିଶଗଡ଼ ଲୋକ ଓଡିଶାରେ ପଶି ୩ କିମି ଜଙ୍ଗଲ କାଟିଦେଲେ

ଘଟଣାସ୍ଥଳରେ ତହସିଲଦାରଙ୍କ ତଦନ୍ତ ଆରମ୍ଭ

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଛତିଶଗଡ଼ ସୀମାରେ ରହିଥିବା ଟେମୁରୁପଲ୍ଲୀ ପଂଚାୟତର ଜଙ୍ଗଲକୁ ଛତିଶଗଡ଼ର ଚିନ୍ତାଲନାଡ଼ ଗ୍ରାମର ଲୋକେ ଓଡିଶା ଭିତରେ ପଶି ପ୍ରାୟ ତିନି କିଲୋମିଟର ଜଙ୍ଗଲ ଜମିକୁ କାଟି ଦେଇଛନ୍ତି। ଛତିଶଗଡ଼ର ଚିନ୍ତାଳନାଡ଼ ଗ୍ରାମର ଲୋକଙ୍କ କହିବା ହେଲା ଏହି ଅଂଚଳ ଛତିଶଗଡ଼ର।

ତେଣୁ ଆମେ ଏହି ଜଙ୍ଗଲ କାଟିଲୁ। ଏହି ଖବର ବନବିଭାଗ ଏବଂ ତହସିଲଦାର ପାଇବା ପରେ ତୁରନ୍ତ ଆଜି ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ। ତେବେ ଏହି ଅଂଚଳ କାହାର ତାହାର ତଦନ୍ତ ଆସନ୍ତାକାଲି ଦୁଇ ରାଜ୍ୟର ଅଧିକାରୀମାନେ ଉପସ୍ଥିତ ରହି କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର